ଟେ୍ଵଣ୍ଟି-୨୦ ଜିତିଲା ଶ୍ରୀଲଙ୍କା

କଲମ୍ବୋ: ଦକ୍ଷିଣ ଆଫ୍ରିକା ବିପକ୍ଷ ଏକମାତ୍ର ଟେ୍ଵଣ୍ଟି-୨୦କୁ ଘରୋଇ ଶ୍ରୀଲଙ୍କା ଜିତିନେଇଛି। ଅଳ୍ପ ରନ୍‌ କିନ୍ତୁ ଅଧିକ ରୋମାଞ୍ଚ ଭିତରେ ଗତି କରିଥିବା ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ୩ ଓ୍ଵିକେଟ୍‌ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା। ଅଲରାଉଣ୍ଡ୍‌ ପ୍ରଦର୍ଶନ କରି ଧନଞ୍ଜୟ ଡି’ସିଲ୍‌ଭା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ପୂର୍ବରୁ ଟେଷ୍ଟ୍‍ ଶୃଙ୍ଖଳାକୁ ଶ୍ରୀଲଙ୍କା ୨-୦ରେ ଜିତିଥିଲେ ମଧ୍ୟ ଦିନିକିଆ ଶୃଙ୍ଖଳାକୁ ୨-୩ରେ ହାରିଥିଲା। ଏଥି ସହିତ ସବୁ ଫର୍ମାଟ୍‌କୁ ମିଶାଇ ଶ୍ରୀଲଙ୍କା ୫-୩ରେ ଶେଷ କରିଛି।
ସଂକ୍ଷିପ୍ତ ସ୍କୋର୍‌: ଦକ୍ଷିଣ ଆଫ୍ରିକା ୧୬.୪ ଓଭରରେ ୯୮ (କ୍ୱିଣ୍ଟନ୍‌ ଡି’କକ୍‌-୨୦, ରିଜା ହେଣ୍ଡ୍ରିକ୍‌ସ-୧୯, ହେନରିକ୍‌ କ୍ଲାସେଁ-୧୮, ଲକ୍ଷ୍ମଣ ସନ୍ଦକଣ-୩/୧୯, ଅଖିଳ ଧନଞ୍ଜୟ-୨/୧୫, ଧନଞ୍ଜୟ ଡି’ସିଲ୍‌ଭା-୨/୨୨)। ଶ୍ରୀଲଙ୍କା ୧୬ ଓଭରରେ ୯୯/୭ (ଦୀନେଶ ଚାନ୍ଦିମାଳ-୩୬*, ଧନଞ୍ଜୟ ଡି’ସିଲ୍‌ଭା-୩୧, ଜୁନିଅର ଡାଲା-୨/୨୨, କାଗିସୋ ରବାଦା-୨/୨୪, ତାବ୍ରାଇଜ୍‌ ସାମ୍‌ସି-୨/୨୬)।

ସମ୍ବନ୍ଧିତ ଖବର