ଟେ୍ଵଣ୍ଟି-୨୦ ମାନ୍ୟତା: ଭାରତ ଉଠିଲା; ବିରାଟ ଖସିଲେ

ଦୁବାଇ: ସୋମବାର ଘୋଷିତ ଆଇସିସି ଟେ୍ଵଣ୍ଟି-୨୦ ମାନ୍ୟତାରେ ଭାରତ ତିନିଟି ସ୍ଥାନ ଉଠି ଦ୍ୱିତୀୟରେ ପହଞ୍ଚିଛି। ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳାକୁ ୩-୦ରେ ମୂଳପୋଛ କରିବା ପରେ ୧୧୯ ପଏଣ୍ଟ୍‌ ସହ ପଞ୍ଚମ ସ୍ଥାନରେ ଥିବା ଭାରତ (୧୨୧) ଆଉ ୨ ପଏଣ୍ଟ୍‌ ବଡ଼ାଇ ଦ୍ୱିତୀୟ ସ୍ଥାନକୁ ଲମ୍ଫ ଦେଇଛି। ପାକିସ୍ତାନ ୧୨୪ ପଏଣ୍ଟ୍‌ ସହ ଶୀର୍ଷ ସ୍ଥାନରେ ରହିଥିଲା ବେଳେ ନ୍ୟୁଜିଲାଣ୍ଡ୍‌, େଓ୍ଵଷ୍ଟ୍‍ଇଣ୍ଡିଜ୍‌ ଏବଂ ଇଂଲଣ୍ଡ ଯଥାକ୍ରମେ ତୃତୀୟରୁ ପଞ୍ଚମ ସ୍ଥାନରେ ରହିଛନ୍ତି। ଏହି ଶୃଙ୍ଖଳାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମା ଏବଂ ଲୋକେଶ ରାହୁଲ ଉପରକୁ ଉଠି ଚତୁର୍ଦଶ ଏବଂ ଚତୁର୍ଥ ସ୍ଥାନରେ ରହିଛନ୍ତି। ରୋହିତ ୬ ସ୍ଥାନ ଓ ରାହୁଲ୍‌ ୨୩ ସ୍ଥାନ ଉଠିଛନ୍ତି।

ତେବେ ବିବାହ ପାଇଁ ଦଳରୁ ଦୂରେଇ ରହିଥିବା ବିରାଟ କୋହଲିଙ୍କ ମାନ୍ୟତାରେ ଅବନତି ଘଟିଛି। କୋହଲି ଦ୍ୱିତୀୟରୁ ତୃତୀୟକୁ ଖସି ଯାଇଛନ୍ତି। ଅଷ୍ଟ୍ରେଲିଆର ଆରୋନ ଫିଞ୍ଚ୍‌ ଶୀର୍ଷ ସ୍ଥାନ ବଜାୟ ରଖିଥିଲା ବେଳେ େଓ୍ଵଷ୍ଟ୍‍ଇଣ୍ଡିଜ୍‌ ଏଭିନ୍‌ ଲୁଇସ୍‌ ଦ୍ୱିତୀୟକୁ ଲମ୍ଫ ଦେଇଛନ୍ତି। ବୋଲରଙ୍କ ମାନ୍ୟତାରେ ପାକିସ୍ତାନ ବାମହାତୀ ସ୍ପିନର୍‌ ଇମାଦ ଓ୍ଵାସିମ ଶୀର୍ଷରେ ରହିଥିଲା ବେଳେ ଆଫ୍‌ଗାନିସ୍ତାନ୍‌ ଲେଗ୍‌ ସ୍ପିନର ରସିଦ୍‌ ଖାନ୍‌ ଦ୍ୱିତୀୟ ଏବଂ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ତୃତୀୟରେ ରହିଛିନ୍ତି। ଶ୍ରୀଲଙ୍କା ବିପକ୍ଷରେ ୮ ଓ୍ଵିକେଟ୍‌ ନେଇଥିବା ୟୁଜ୍‌ବେନ୍ଦର ଚହଲ ୧୪ ସ୍ଥାନ ଉଠି ଷୋଡ଼ଷ, ହାର୍ଦିକ ପାଣ୍ଡ୍ୟା ୩୯ ଏବଂ କୁଲଦୀପ ଯାଦବ ୬୪ରେ ରହିଛନ୍ତି।

ସମ୍ବନ୍ଧିତ ଖବର