ଡୋନାଲ୍ଡଙ୍କୁ ଟପିଲେ ତାହିର

ପାକିସ୍ତାନ ବିପକ୍ଷ ବିଶ୍ବକପ ମ୍ୟାଚ୍‌ରେ ରବିବାର ଲେଗ୍ ସ୍ପିନର ଇମ୍ରାନ ତାହିର ଦକ୍ଷିଣ ଆଫ୍ରିକାର ସର୍ବାଧିକ ବିଶ୍ବକପ୍ ୱିକେଟ୍ ସଂଗ୍ରହକାରୀ ହେବାର ଗୌରବ ଅର୍ଜନ କରିଛନ୍ତି। ପାକିସ୍ତାନର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଫକର ଜମନ ଏବଂ ଇମାମ-ଉଲ୍-ହକଙ୍କୁ ଆଉଟ୍ କରି ସେ ଏହି କୀର୍ତ୍ତିମାନ କରି ନେଇଥି‌ଲେ। ତାହିର ଏହି କ୍ରମରେ ପୂର୍ବତନ ଦକ୍ଷିଣ ଆଫ୍ରିକୀୟ ଦ୍ରୁତ ବୋଲର ଆଲାନ ଡୋନାଲ୍ଡଙ୍କୁ ଟପିଥିଲେ। ଚଳିତ ବିଶ୍ବକପ୍‌ର ବୟୋଜ୍ୟେଷ୍ଠ ଖେଳାଳି ୪୦ ବର୍ଷୀୟ ତାହିର ଏବେ ବିଶ୍ବକପରେ ୩୯ ୱିକେଟ୍ କରାୟତ କରିଛନ୍ତି। ଯାହା ୩୮ ବିଶ୍ବକପ୍ ୱିକେଟ୍ ନେଇଥିବା‌ ଡୋନାଲ୍ଡଙ୍କଠାରୁ ଗ‌ୋଟିଏ ଅଧିକ। ଚଳିତ ବିଶ୍ବକପ୍‌ରେ ତାହିର ଏ ପର୍ଯ୍ୟନ୍ତ ୧୦ଟି ୱିକେଟ୍ ନେଇଛନ୍ତି। ତାହିର ଦକ୍ଷିଣ ଆଫ୍ରିକା ତରଫରୁ ୨୦ ଟେଷ୍ଟ, ୧୦୫ ଦିନିକିଆ ଓ ୩୮ ଟ୍ବେଣ୍ଟି-୨୦ ଖେଳିଛନ୍ତି।

ସମ୍ବନ୍ଧିତ ଖବର