ଡୋନାଲ୍ଡଙ୍କୁ କାଟିବେ ତାହିର

ଲଣ୍ଡନ୍: ଦକ୍ଷିଣ ଆଫ୍ରିକା ସ୍ପିନର ଇମ୍ରାନ୍‌ ତାହିର ବୁଧବାର ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ନୂଆ କୀର୍ତ୍ତିମାନ କରିବାର ସମ୍ଭାବନା ରହିଛି। ସେ ବିଶ୍ବକପ୍‌ରେ ଦକ୍ଷିଣ ଆଫ୍ରିକର ସର୍ବାଧିକ ୱିକେଟ୍‌ଠୁ ମାତ୍ର ୨ ୱିକେଟ୍‌ ଦୂରରେ ରହିଛନ୍ତି। ପୂର୍ବତନ ଦ୍ରୁତ ବୋଲର ଆଲାନ ଡୋନାଲ୍ଡ (୨୫ ମ୍ୟାଚ୍‌, ୩୮)ଙ୍କଠୁ ତାହିର (୨୫ ମ୍ୟାଚ୍‌ ୩୭) ଗୋଟିଏ ୱିକେଟ୍‌ ପଛରେ ରହିଛନ୍ତି। ତାହିରଙ୍କ ପଛକୁ ସନ୍‌ ପୋଲକ (୩୧ ମ୍ୟାଚ୍‌, ୩୧), ମନି ମର୍କେଲ (୧୪ ମ୍ୟାଚ୍‌, ୨୬) ଏବଂ ଡେଲ୍‌ ଷ୍ଟେନ୍‌ (୧୪ ମ୍ୟାଚ୍‌, ୨୩) ରହିଛନ୍ତି। ଚଳିତ ବିଶ୍ବକପ୍‌ରେ ତାହିର ଏପର୍ଯ୍ୟନ୍ତ ୫ ମ୍ୟାଚ୍‌ରୁ ୮ ୱିକେଟ୍‌ ହାସଲ କରିଛନ୍ତି।

ସମ୍ବନ୍ଧିତ ଖବର