ଟେଲର୍‌ଙ୍କ କୀର୍ତ୍ତିମାନ: ନ୍ୟୁଜିଲାଣ୍ଡ୍‌ ବିଜୟ ଦ୍ୱାରରେ

ହାମିଲଟନ୍‌: ରସ୍‌ ଟେଲର୍‌ଙ୍କ କୀର୍ତିମାନ ସମକକ୍ଷ ଶତକ ସହିତ େଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ୱିତୀୟ ତଥା ଶେଷ ଟେଷ୍ଟ୍‍ରେ ଘରୋଇ ନ୍ୟୁଜିଲାଣ୍ଡ୍‌ ବିଜୟ ଦ୍ୱାରରେ ପହଞ୍ଚିଯାଇଛି। ଦୁଇ ଦିନ ଖେଳ ବାକିଥିଲେ ମଧ୍ୟ ୪୪୪ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଇଣ୍ଡିଜ୍‌ ୩୦ ରନ୍‌ରେ ୨ ଓ୍ଵିକେଟ୍‌ ହରାଇ ସୁଯୋଗକୁ ଏକପ୍ରକାର ହାତଛଡ଼ା କରିଛି। ପ୍ରଥମ ପାଳିରେ ୧୫୧ ରନ୍‌ ଆଗୁଆ ରହିବା ପରେ ଘରୋଇ ଦଳ ଦ୍ୱିତୀୟ ପାଳିରେ ଦ୍ରୁତ ବେଗରେ ରନ୍‌ ସଂଗ୍ରହ କରିଥିଲା। ଅଧିନାୟକ କେନ୍‌ ଓ୍ଵିଲିିୟମ୍‌ସନ୍‌ (୫୪, ୬୪ ବଲ୍‌)ଙ୍କ ଅର୍ଧଶତକ ଏବଂ ରସ୍‌ ଟେଲର୍‌ (୧୦୭*, ୧୯୮ ବଲ୍‌, ୧୧ ଚୌକା) ବଳରେ ଦଳ ୨୯୧/୮ରେ ଘୋଷଣା କରି ଦେଇଥିଲା। ରସ୍‌ ଟେଲର୍‌ ନିଜର ୧୭ତମ ଟେଷ୍ଟ୍‍ ଶତକ ଅର୍ଜନ କରିଥିଲେ। ଏଥି ସହିତ ନ୍ୟୁଜିଲାଣ୍ଡ୍‌ ପାଇଁ ସର୍ବାଧିକ ଟେଷ୍ଟ ଶତକ ଅର୍ଜନ କରିବାରେ ନିଜ ଆଦର୍ଶ ସ୍ୱର୍ଗତ ମାର୍ଟିନ କ୍ରୋ ଏବଂ ବର୍ତମାନର ଅଧିନାୟକ କେନ ଓ୍ଵିଲିୟମ୍‌ସନ୍‌ଙ୍କ ସମକକ୍ଷ ହୋଇଥିଲେ।
ସଂକ୍ଷିପ୍ତ ସ୍କୋର: ନ୍ୟୁଜିଲାଣ୍ଡ୍‌ ପ୍ରଥମ ପାଳି: ୩୭୩। େଓ୍ଵଷ୍ଟଇଣ୍ଡିଜ୍‌ ପ୍ରଥମ ପାଳି: ୨୨୧। ନ୍ୟୁଜିଲାଣ୍ଡ୍‌ ଦ୍ୱିତୀୟ ପାଳି: ୨୯୧/୮, ଘୋଷିତ (ରସ୍‌ ଟେଲର୍‌-୧୦୭*, କେନ୍‌ ଓ୍ଵିଲିୟମ୍‌ସନ୍‌-୫୪, ଟିମ୍‌ ସାଉଦି-୨୨*, କମିନ୍‌ସ-୩/୬୯, ସାନ୍‌ ଗାବ୍ରିଏଲ୍‌-୨/୫୨, ରସ୍ତନ୍‌ ଚେଜ୍‌-୨/୫୧)। େଓ୍ଵଷ୍ଟଇଣ୍ଡିଜ୍‌ ଦ୍ୱିତୀୟ ପାଳି: ୮ ଓଭରରେ ୩୦/୨ (କ୍ରେଗ୍‌ ବ୍ରାଥେଓ୍ଵଟ୍‌-୧୩*, ବୋଲ୍‌ଟ-୧/୧୧, ଟିମ୍‌ ସାଉଦି-୧/୧୮)।

ସମ୍ବନ୍ଧିତ ଖବର