ତପନ ସଭାପତି, ଦିଲୀପ ସଂପାଦକ ରହିଲେ

ୟୁନିଟ୍‌-୬ ଦୌଡ଼କୁଦ ସଂଘ କର୍ମକର୍ତା:

ଭୁବନେଶ୍ୱର: ୟୁନିଟ୍‌-୬ ଦୌଡ଼କୁଦ ସଂଘର କର୍ମକର୍ତା ନିର୍ବାଚନ ବୁଧବାର ଅନୁଷ୍ଠିତ ହୋଇଯାଇଛି। ସର୍ବସମତି କ୍ରମେ ସମସ୍ତ କର୍ମକର୍ତା ଅପରିବର୍ତ୍ତିତ ରହିଥିଲେ। ସଭାପତି ଭାବେ ତପନ କୁମାର ମହାନ୍ତି ଏବଂ ସମ୍ପାଦକ ପଦରେ ଦିଲୀପ କୁମାର ଦାସ ରହିଥିଲା ବେଳେ ଅକ୍ଷୟ କୁମାର ଦାସ, ନବରଂଜନ ପଟ୍ଟନାୟକ, ଦେବାଶିଷ ଗୌଡ଼, ପ୍ରଫୁଲ୍ଲ କୁମାର ମିଶ୍ର (ଉପସଭାପତି), ଚିତ୍ତରଂଜନ ପାତ୍ର, ମହେଶ୍ୱର ସିଂହ (ସହ ସମ୍ପାଦକ), ପ୍ରଦୀପ କୁମାର ଦାସ (କୋଷାଧ୍ୟକ୍ଷ), ରାମେଶ୍ୱର ପାଢ଼ୀ, ଅବଦୁଲ କରିମ ଖାନ୍‌ (କାର୍ଯ୍ୟକାରୀ ସଭ୍ୟ) ନିଜ ନିଜର ପଦ ବଜାୟ ରଖିଥିଲେ। ଏଥିସହ ଉପଦେଷ୍ଟାମଣ୍ଡଳୀରେ ଦିଲୀପ କୁମାର ସାମନ୍ତରାୟ, ସଂଜୟ କୁମାର ପଟ୍ଟନାୟକ, ବାବି ମିଶ୍ର, ଗୌରୀ ପ୍ରହରାଜ, ପ୍ରିୟନାଥ ମିଶ୍ର, ପ୍ରଣତୀ ମିଶ୍ର, ହୃଦୟ ରଂଜନ ବେହେରା, ଅମିୟକାନ୍ତ ମିଶ୍ର, ନରେନ୍ଦ୍ର ସେଠୀ ଏବଂ ଭାଗ୍ୟଧର ଜଗଦ୍ଦେବ ରହିଛନ୍ତି।

ସମ୍ବନ୍ଧିତ ଖବର