ତାସ୍‌କେଣ୍ଟ୍‌ରେ ଭାମ୍ବ୍ରି-ଶରନ୍‌ ଉପବିଜେତା

ତାସ୍‌କେଣ୍ଟ୍‌: ଭାରତୀୟ ଟେନିସ୍‌ ଯୋଡ଼ି ୟୁକି ଭାମ୍ବ୍ରି ଓ ଦିବିଜ୍‌ ଶରନ୍‌ ତାସ୍‌କେଣ୍ଟ୍‌ ଚ୍ୟାଲେଞ୍ଜର୍‌ ପ୍ରତିଯୋଗିତାରେ ଉପବିଜେତା ହୋଇଛନ୍ତି। ପୁରୁଷ ଯୁଗଳ ଫାଇନାଲ୍‌ରେ ଭାମ୍ବ୍ରି-ଶରନ୍‌ ଦ୍ୱିତୀୟ ମାନ୍ୟତା ଯୋଡ଼ି ହାନ୍‌ସ ପୋଦ୍‌ଲିପ୍‌ନିକ୍‌ କାଷ୍ଟିଲୋ ଓ ଆନ୍ଦ୍ରେ ଭାସିଲେଭ୍‌ସ୍କିଙ୍କଠାରୁ ସିଧାସଳଖ ୪-୬ ଓ ୨-୬ ସେଟ୍‌ରେ ହାରି ଯାଇଥିଲେ। ଉପବିଜେତା ଭାବେ ଭାରତୀୟ ଯୋଡ଼ି ୫୪୦୦ ଡଲାର ପୁରସ୍କାର ରାଶି ପାଇଥିଲା ବେଳେ ୭୫ ପଏଣ୍ଟ୍‌ କରାୟତ କରିଛନ୍ତି।

ସମ୍ବନ୍ଧିତ ଖବର