ଟାଟା ଷ୍ଟିଲ୍‌ ପକ୍ଷରୁ ନୋଆମୁଣ୍ଡି ରନ୍‌ ଏ ଥନ୍‌

ଭୁବନେଶ୍ୱର,: ଟାଟା ଷ୍ଟିଲ୍‌ ପକ୍ଷରୁ ଝାଡ଼ଖଣ୍ଡର ନୋଆମୁଣ୍ଡିରେ ଏକ ରନ୍‌-ଏ-ଥନ୍‌ ପ୍ରତିଯୋଗତା ଅନୁଷ୍ଠିତ ହୋଇଯାଇଛି। ଜୈବ ବିବିଧତା ପାଇଁ ଦୌଡ଼ ବିଷୟବସ୍ତୁ ଉପରେ ଆୟୋଜିତ ଏହି ପ୍ରଥମ ସଂସ୍କରଣ ନୋଆମୁଣ୍ଡି ରନ୍‌-ଏ-ଥନ୍‌ରେ ପ୍ରାୟ ୫୦୦୦ ଗ୍ରାମୀଣ ଲୋକ ଭାଗନେବା ସବୁଠାରୁ ଉଲ୍ଲେଖନୀୟ ବିଷୟ ଥିଲା। ପୁରୁଷ ଓ ମହିଳା ମାନେ ଯଥାକ୍ରମେ ୭ ଓ ୫ କିଲୋମିଟର୍‌ ଦୌଡ଼ରେ ଭାଗ ନେଇଥିଲେ। ବାଳକମାନେ ୫ କିଲୋମିଟର୍‌ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ୨ କିଲୋମିଟର୍‌ ଦୌଡ଼ ବ୍ୟବସ୍ଥା ମଧ୍ୟ ରହିଥିଲା। ବିଭିନ୍ନ ବର୍ଗର ପ୍ରତିଯୋଗିତାକୁ କମ୍ପାନିର ବରିଷ୍ଠ ଅଧିକାରୀ ଚାଣକ୍ୟ ଚୌଧୁରୀ, ପଙ୍କଜ ସତିଜା, ପଶ୍ଚିମ ସିଂହଭୂମୀର ଡେପୁଟି କମିଶନର୍‌ ଆରଭା ରାଜକମଲ, ଆରକ୍ଷୀ ଅଧୀକ୍ଷକ ଅନୀଶ ଗୁପ୍ତା ପ୍ରମୁଖ ଉଦ୍‌ଘାଟନ କରିଥିଲେ।

ସମ୍ବନ୍ଧିତ ଖବର