ଟାଟା ଉତ୍କଳିକା କପ୍‌ କ୍ୱାର୍ଟରରେ ୟାଜଦାନି

ଭୁବନେଶ୍ୱର: ୟୁନିଟ୍‌-୬ ଦୌଡ଼କୁଦ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ୍‌-୬ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଚାଲିଥିବା ବିଂଶତମ ଟାଟା-ଉତ୍କଳିକା ଆମନ୍ତ୍ରଣୀୟ କପ୍‌ ଫୁଟବଲ୍‌ ପ୍ରତିଯୋଗିତାର କ୍ୱାର୍ଟର୍‌ ଫାଇନାଲ୍‌ରେ ଭୁବନେଶ୍ୱରର ୟାଜଦାନି କ୍ଲବ୍‌-୭୩ ପ୍ରବେଶ କରିଛି। ମଙ୍ଗଳବାର ପ୍ରି-କ୍ୱାର୍ଟର୍‌ ଫାଇନାଲ୍‌ରେ ୟାଜଦାନୀ କ୍ଲବ୍‌ ୩-୨ ଗୋଲ୍‌ରେ ଜଗା ୟୁନାଇଟେଡ୍‌କୁ ପରାସ୍ତ କରିଥିଲା। ନିର୍ଧାରିତ ସମୟରେ ମ୍ୟାଚ୍‌ ଗୋଲ୍‌ ଶୂନ୍ୟ ଭାବେ ଶେଷ ହେବା ପରେ ଟାଇବ୍ରେକର୍‌ରେ ଫଳାଫଳ ବାହାରିଥିଲା। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ୟାଚ୍‌ଦାନି କ୍ଲବ୍‌ର ଗୋଲ୍‌ ରକ୍ଷକ ଦିକ୍ଷଶାନଙ୍କୁ ଅତିଥି ଜଗନ୍ନାଥ ପ୍ରଧାନ ପୁରସ୍କାର ପ୍ରଦାନ କରିଥିଲେ। ପୁରସ୍କାର ବିତରଣୀ ଉତ୍ସବରେ କ୍ଲବ୍‌ର ସଭାପତି ତପନ ମହାନ୍ତି, ଅକ୍ଷୟ କୁମାର ଦାସ, ଅମୀୟକାନ୍ତ ମିଶ୍ର, ପ୍ରିୟନାଥ ମିଶ୍ର, ନରେନ୍ଦ୍ର ସେଠୀ, ଦିଲ୍ଲୀପ ଦାସ ଏବଂ ପ୍ରଫୁଲ୍ଲ ମିଶ୍ର ଅତିଥି ଭାବେ ଉପସ୍ଥିତ ଥିଲେ। ରାଜୁ କୁମାର ମହାନ୍ତି, ଶିବଶଙ୍କର ପଣ୍ଡା, ରାଜେନ୍ଦ୍ର ବାରିକ, ଟି ମୋହନ ରାଓ ଖେଳ ପରିଚାଳନା କରିଥିଲେ। ମହେଶ୍ୱର ସିଂହ କମିସନର ଥିଲେ। ବୁଧବାର ମ୍ୟାଚ୍‌ରେ ଭୁବନେଶ୍ୱରର କିଶୋର କ୍ଲବ୍‌ ଓ କଟକର ବାରବାଟୀ ସ୍ପୋର୍ଟିଂ ମୁହାଁମୁହିଁ ହେବେ।

ସମ୍ବନ୍ଧିତ ଖବର