ଆଇପିଏଲ୍‌ରେ ପୁଣି ଜଣେ ଭାରତୀୟ ଖେଳାଳି ଆହତ, ଟିମ୍‌ ମୁମ୍ବାଇକୁ ଲାଗିବ ଝଟକା!

ନୂଆଦିଲ୍ଲୀ: ଚଳିତ ବର୍ଷ ଆଇପିଏଲ୍‌ ପରେ ଆଇସିସି କ୍ରିକେଟ ଦିନିକିଆ ବିଶ୍ୱକପ୍‌ର ଆୟୋଜନ ହେଉଥିବାରୁ ଟିମ୍‌ ଇଣ୍ଡିଆର ଖେଳାଳିଙ୍କ ଫିଟ୍‌ନେସ୍‌ ନେଇ ସମସ୍ତଙ୍କର ଚିନ୍ତା ବଢ଼ିଛି। ପ୍ରଥମେ ଯଶପ୍ରୀତ ବୁମରା ବୋଲିଂ କରୁଥିବା ବେଳେ ଖସି ପଡ଼ିଥିଲେ। ପରେ ସ୍ପଷ୍ଟ କରାଯାଇଥିଲା ଯେ, ସେ ଠିକ ଅଛନ୍ତି। ଏହା ପରେ ତାଙ୍କର ଆଘାତକୁ ନେଇ ସନ୍ଦେହ ହୋଇଥିଲା। ପୁଣି ଥରେ ଭାରତୀୟ କ୍ରିକେଟ ଟିମ୍‌ ପାଇଁ ଚିନ୍ତାର ସମୟ ଆସିଛି। ଟିମ୍‌ ଇଣ୍ଡିଆର ବିସ୍ଫୋରକ ବ୍ୟାଟସ୍‌ମ୍ୟାନ ରୋହିତ ଶର୍ମା ଆଘାତ ପାଇଥିବା ଖବର ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି।

ଆଇପିଏଲ୍‌ରେ ମୁମ୍ବାଇ ଟିମ୍‌ର ଅଧିନାୟକ ରୋହିତ ଶର୍ମା ମଙ୍ଗଳବାର ନିଜର ଡାହାଣ ଗୋଡ଼କୁ ଧରି ପଡ଼ିଆ ବାହାରକୁ ଯାଉଥିବା ଦେଖାଯାଇଥିଲା। ଏହାକୁ ନେଇ ଟିମ୍‌ ଇଣ୍ଡିଆର ଜଣେ ପ୍ରଶଂସକ ଚିନ୍ତା କରିଥିଲେ। କିଙ୍ଗସ୍‌ ଏକାଦଶ ପଂଜାବ ଓ ମୁମ୍ବାଇ ଇଣ୍ଡିଆନ୍‌ସ ମଧ୍ୟରେ ବୁଧବାର ମ୍ୟାଚ୍‌ ପୂର୍ବରୁ ମଙ୍ଗଳବାର ରୋହିତ ଶର୍ମା ଓ୍ଵାଙ୍ଖେଡେ ଷ୍ଟାଡିୟମ୍‌ରେ ଅଭ୍ୟାସ କରିଛନ୍ତି। ଅଭ୍ୟାସ ସମୟରେ ଜଣେ ପ୍ରଶଂସକ ରୋହିତ ଶର୍ମାଙ୍କୁ ଦେଖିଥିଲେ।

ସମ୍ବନ୍ଧିତ ଖବର