ବିଶ୍ୱକପ : ଭାରତୀୟ ଦଳର ବ୍ୟାଟିଂ ଆରମ୍ଭ, ଗତ ମ୍ୟାଚରେ ହ୍ୟାଟ୍ରିକ ପରେ ଟିମରେ ନିଜ ସ୍ଥାନ ସୁରକ୍ଷିତ କଲେ ସାମି

ମାଞ୍ଚେଷ୍ଟର : ଇଂଲାଣ୍ଡର ଶିଳ୍ପ ନଗରୀ ମାଞ୍ଚେଷ୍ଟରର ଏମିରେଟ୍ସ ଓଲଡ ଟାଫର୍ଟଠାରେ ଆଜି ଏପର୍ଯ୍ୟନ୍ତ ଅପରାଜିତ ରହିଆସିଥିବା ଭାରତ େଓ୍ଵଷ୍ଟଇଣ୍ଡିଜକୁ ଭେଟୁଛି । ଭାରତୀୟ ଅଧିନାୟକ ବିରାଟ କୋହଲି ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଭାରତୀୟ ଇନିଂସ ଓପନିିଂ ପାଇଁ ପଡିଆକୁ ଓହ୍ଲାଇଛନ୍ତି ରୋହିତ ଶର୍ମା ଓ କେଏଲ ରାହୁଲ ।

ଭାରତୀୟ ଦଳ ଏହି ମ୍ୟାଚ ପାଇଁ ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ । ଆହତ ହୋଇଥିବା ଭାରତୀୟ ଦଳର ଷ୍ଟ୍ରାଇକ ବୋଲର ଭୁବନେଶ୍ୱର କୁମାର ସୁସ୍ଥ ହୋଇ ନେଟ୍ସକୁ ଫେରିଥିଲେ ମଧ୍ୟ ଗତ ମ୍ୟାଚରେ ତାଙ୍କ ସ୍ଥାନରେ ଖେଳିଥିବା ମହମ୍ମଦ ସାମୀ ଚୂଡାନ୍ତ ଏକାଦଶରେ ନିଜର ସ୍ଥାନ ବଜାୟ ରଖିଛନ୍ତି । ଗତ ମ୍ୟାଚର ଗୁରୁତ୍ୱପୂର୍ଣ୍ଣ ସମୟରେ ହାଟ୍ରିକ ନେଇ ସେ ଟିମରେ ନିଜ ପାଇଁ ସ୍ଥାନ ସୁରକ୍ଷିତ କରିପାରିଛନ୍ତି ।
ଭାରତ ଏପର୍ଯ୍ୟନ୍ତ ମୋଟ ୫ଟି ମ୍ୟାଚ ଖେଳି ୪ ବିଜୟ ( ବର୍ଷା ଯୋଗୁଁ ଗୋଟିଏ ମ୍ୟାଚ ଅମିମାଂସିତ) ସହ ୯ ପଏଣ୍ଟ ପାଇଛି । ଏହି ମ୍ୟାଚ ଜିତି ସେମିଫାଇନାଲରେ ଭାରତ ନିଜର ସ୍ଥାନ ସୁଦୃଢ କରିବାକୁ ଉଦ୍ୟମ କରିବ । ଅନ୍ୟପକ୍ଷରେ ଇଣ୍ଡିଜ ଦଳ ଏପର୍ଯ୍ୟନ୍ତ ୬ଟି ମ୍ୟାଚ ଖେଳିଥିଲେ ମଧ୍ୟ ମାତ୍ର ୧ଟି ମ୍ୟାଚରେ ବିଜୟ ହାସଲ କରି ୩ ପଏଣ୍ଟ ପାଇଛି । ଆଜିର ମ୍ୟାଚରେ ପରାଜିତ ହେଲେ ଇଣ୍ଡିଜ ଦଳ ସେମିଫାଇନାଲ ଦୌଡରୁ ବାଦ ପଡିବା ନିଶ୍ଚିତ ହୋଇଯିବ ।

ସମ୍ବନ୍ଧିତ ଖବର