୧୮ ମାସ ପରେ ‘ଟିମ୍‌ ଇଣ୍ଡିଆ’ ଦମ୍‌ଦାର ଟିମ୍‌ ହେବ: ରବି ଶାସ୍ତ୍ରୀ

ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ କହିଲେ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌

ନୂଆଦିଲ୍ଲୀ: ଘରୋଇ ମାଟିରେ ବିଗତ ୨ ବର୍ଷ ହେବ ନିଜର ବଳିଷ୍ଠ ପ୍ରଦର୍ଶନ ଦେଖାଇ ଥିବା ଟିମ୍‌ ଇଣ୍ଡିଆ ୧୮ ମାସ ପରେ ମଜବୁତ୍‌ ଟିମ୍‌ ହୋଇଯିବ। ଭାରତୀୟ ଖେଳାଳିଙ୍କୁ ୨୦୧୮ରେ ବିଦେଶୀ ମାଟିରେ କଡ଼ା ଚ୍ୟାଲେଞ୍ଜ କରିବାକୁ ପଡ଼ିବ ବୋଲି ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି। ଶାସ୍ତ୍ରୀ କହିଛନ୍ତି, ୧୮ ମାସ ପରେ ଏହି ଭାରତୀୟ କ୍ରିକେଟ ଟିମର ଅବସ୍ଥା ବଦଳି ଯାଇଥିବ।

ଶାସ୍ତ୍ରୀ କହିଛନ୍ତି, ଆଗାମୀ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଗସ୍ତ ଦଳ ପାଇଁ କଡ଼ା ଚ୍ୟାଲେଞ୍ଜ ରହିବ। ମୁଖ୍ୟ କୋଚ୍‌ କହିଛନ୍ତି, ବିଗତ କିଛି ବର୍ଷ ହେବ ଦଳରେ ବିଶେଷ ପରିବର୍ତ୍ତନ ଆସି ନାହିଁ। ଏହା ଦ୍ୱାରା ଖେଳାଳିଙ୍କୁ ଆଗାମୀ ଦିନରେ ବିପରୀତ ସମୟରେ ମୁକାବିଲା କରିବାକୁ ସାହାଯ୍ୟ କରିବ।

ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଶାସ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଗତ ୪-୫ ବର୍ଷ ହେବ ମୁଁ ଅଛି ଓ ଏହି ଅନୁଭବ କାମରେ ଲାଗିବ। ପରିସ୍ଥିତି ଜଟିଳ ହେଲେ ସୁଦ୍ଧା ଆଗାମୀ ଦେଢ଼ ବର୍ଷରେ ଭାରତୀୟ କ୍ରିକେଟ ଟିମ ମଜବୁତ୍‌ ହେବ।

ତିନି ବର୍ଷ ତଳେ ଆମେ ଅଷ୍ଟ୍ରେଲିଆ ଗସ୍ତ କରି ଭଲ ପ୍ରଦର୍ଶନ କରିଥିଲୁ। ଆମେ ଇଂଲଣ୍ଡ ଓ ଶ୍ରୀଲଙ୍କାରେ ଭଲ ଖେଳିଛୁ। ଏଥିପାଇଁ ଭଲ ପ୍ରସ୍ତୁତ ଅଛୁ।

-ରବି ଶାସ୍ତ୍ରୀ, ମୁଖ୍ୟ କୋଚ୍‌, ଟିମ୍‌ ଇଣ୍ଡିଆ

ସେ କହିଛନ୍ତି, ଆମକୁ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ସହିତ ମ୍ୟାଚ ଖେଳିବାର ଅଛି ଓ ଏବେ ଠାରୁ କହି ହେବ ଯେ, ୧୮ ମାସ ପରେ ଭଲ କ୍ରିକେଟ ଟିମ୍‌ ହେବ। ଭାରତ ନିକଟରେ ଶେଷ ହୋଇଥିବା ଶୃଙ୍ଖଳାରେ ଶ୍ରୀଲଙ୍କାକୁ ହରାଇଛି। ଏହା ପୂର୍ବରୁ ଘରୋଇ ମାଟିରେ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଇଂଲଣ୍ଡ ଓ ବାଂଲାଦେଶକୁ ପରାଜିତ କରିଥିଲା।

ବିଦେଶ ଗସ୍ତ ବେଳେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଦ୍ରୁତ ପିଚ୍‌ରେ ଖେଳିବାର କ୍ଷମତା ଚର୍ଚ୍ଚାର ବିଷୟ ହୋଇଥାଏ ଓ ଶାସ୍ତ୍ରୀ କହିଛନ୍ତି, ଭାରତୀୟ ବୋଲରଙ୍କ ପାଖରେ ମଧ୍ୟ ଏହା ଭଲ ସୁଯୋଗ। ଦ୍ରୁତ ପିଚ୍‌ରେ ଯଦି ଆମର ବ୍ୟାଟ୍ସମ୍ୟାନ୍‌ଙ୍କୁ ଅସୁବିଧା ହେବ, ତା’ହେଲେ ତାଙ୍କର ବ୍ୟାଟ୍ସମ୍ୟାନଙ୍କୁ ମଧ୍ୟ ସେଭଳି ପରିସ୍ଥିତି କରିବାର ଦରକାର ଅଛି।

ସମ୍ବନ୍ଧିତ ଖବର