ଜିଓ ଟିଭିକୁ ପ୍ରସାରଣ ଦାୟିତ୍ୱ

ନୂଆଦିଲ୍ଲୀ: ନିଦାହାସ ଟ୍ରଫି ତ୍ରିରାଷ୍ଟ୍ରୀୟ ଟେ୍ଵଣ୍ଟି-୨୦ର ଡିଜିଟାଲ୍‌ରେ ସିଧା ପ୍ରସାରଣ ଅଧିକାର ଜିଓ ଟିଭି ହାସଲ କରିଛି। ଭାରତ, ଶ୍ରୀଲଙ୍କା ଏବଂ ବାଂଲାଦେଶକୁ ନେଇ ମଙ୍ଗଳବାରଠୁ ଆରମ୍ଭ ହେବାକୁଥିବା ଏହି ତ୍ରିରାଷ୍ଟୀୟ ଟେ୍ଵଣ୍ଟି-୨୦ ଶୃଙ୍ଖଳାର ସିଧାପ୍ରସାରଣ ଭାରତୀୟମାନେ ଜିଓ ଟିଭି ମୋବାଇଲ୍‌ ଆପ୍ଲିକେସନ୍‌ ଜରିଆରେ ଦେଖିପାରିବେ। ପୂର୍ବରୁ ଜିଓ ଟିଭି ଶୀତକାଳୀନ ଅଲିମ୍ପିକ୍ସ ସାଙ୍ଗକୁ ଇଏଫ୍‌ଏଲ୍‌ କପ୍‌ (କାରାବାଓ କପ୍‌ ଫାଇନାଲ୍‌)ର ସିଧାପ୍ରସାଣ କରିବାର ଅଧିକାର ପାଇଥିଲା। ନିକଟରେ ଶ୍ରେଷ୍ଠ ମୋବାଇଲ୍‌ ଭିଡିଓ ପ୍ରଦର୍ଶନରେ ଜିଓ ଟିଭି ଗ୍ଲୋବାଲ ମୋବାଇଲ୍‌ ପୁରସ୍କାର ୨୦୧୮ ହାସଲ କରିଥିଲା।

ସମ୍ବନ୍ଧିତ ଖବର