ଅନ୍ତଃବିଭାଗୀୟ ଟେନିସ୍‌ ବଲ୍‌ କ୍ରିକେଟ୍‌

ଫାଇନାଲ୍‌ରେ ଯୋଜନା ଓ ସମନ୍ଵୟ, ଗୃହ ବିଭାଗ

ଭୁବନେଶ୍ୱର: ସଚିବାଳୟ ପରିସରରେ ଚାଲିଥିବା ଓଏମ୍‌ସି କପ୍‌ ଅନ୍ତଃବିଭାଗୀୟ ୮ ଏ ସାଇଡ୍‌ ଦିବାରାତ୍ର ଟେନିସ୍‌ ବଲ୍‌ କ୍ରିକେଟ୍‌ ପ୍ରତିଯୋଗିତାର ଫାଇନାଲ୍‌ରେ ଯୋଜନା ଓ ସମନ୍ଵୟ ଏବଂ ଗୃହ ବିଭାଗ ପ୍ରବେଶ କରିଛନ୍ତି। ଏହି ଫାଇନାଲ୍‌ ମ୍ୟାଚ୍‌ ସୋମବାର ଅନୁଷ୍ଠିତ ହେବ। ଗୁରୁବାରର ପ୍ରଥମ ସେମିଫାଇନାଲ୍‌ରେ ଯୋଜନା ବିଭାଗ ୬ ରନ୍‌ରେ ଉଚ୍ଚ ଶିକ୍ଷା ବିଭାଗକୁ ପରାସ୍ତ କରିଥିଲା। ଯୋଜନା ବିଭାଗ ୮୦/୩ କରିଥିଲା ବେଳେ ଉଚ୍ଚ ଶିକ୍ଷା ବିଭାଗ ୩ ଓ୍ଵିକେଟ୍‌ରେ ୭୪ ରନ୍‌ କରି ପରିଥିଲା। ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ ଲାଗି ରଂଜିତା ଓ୍ଵାତ୍‌କା (୨୪ ରନ୍‌, ୨ ଓ୍ଵିକେଟ୍‌) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଦ୍ୱିତୀୟ ସେମିଫାଇନାଲ୍‌ରେ ଗୃହ ବିଭାଗ ୨୭ ରନ୍‌ରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗକୁ ହରାଇଥିଲା। ଗୃହ ବିଭାଗ ୬ ଓ୍ଵିକେଟ୍‌ରେ ୮୭ ରନ୍‌ କରିଥିଲା। ଜବାବରେ ଶ୍ରମ ବିଭାଗ ୫ ଓ୍ଵିକେଟ୍‌ ବିନିମୟରେ ୬୦ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଅର୍ଧଶତକ ହାସଲ କରି ବିଜୟର ମୁଖ୍ୟ ଭୂମିକା ତୁଲାଇଥିବା ଫାଲ୍‌ଗୁନୀ ସ୍ୱାଇଁ (୫୪)ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ମାରୁତି ଆଚାର୍ଯ୍ୟ ଓ ରତନ କୁମାର ଦାସ ମ୍ୟାଚ୍‌ ପରିଚାଳନା କରିଥିଲେ। ମକର କେତନ ସ୍ୱାଇଁ ଏବଂ ରାଧାଶ୍ୟାମ ମିଶ୍ର ସ୍କୋରର୍‌ ଥିଲେ। ଅତିଥି ଭାବେ ଓମ୍‌ସିର କାର୍ମିକ ବିଭାଗ ନିର୍ଦେଶକ ସାନ୍ତନୁ ରଥ ଏବଂ ବିତ୍ତ ବିଭାଗର ସହକାରୀ ସଚିବ ପ୍ରଦୀପ କୁମାର ନନ୍ଦ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର