ପୂର୍ବାଞ୍ଚଳ ଟେନିସ୍‌ କ୍ରି‌କେଟ୍‌: ଓଡ଼ିଶାଠୁ ହାରିଲା ଓଡ଼ିଶା-ଏ

ଭୁବନେଶ୍ବର: ଭାରତୀୟ ଟେନିସ୍ କ୍ରିକେଟ୍ ସଂଘ (ଟିସିଏଆଇ) ଏବଂ ଓଡ଼ିଶା ରାଜ୍ୟ ଟେନିସ୍ କ୍ରିକେଟ୍ ସଂଘ (ଓଏସଟିସିଏ)ର ମିଳିତ ଆନୁକୂଲ୍ୟରେ ଚାଲିଥିବା ତୃତୀୟ ପୂର୍ବାଞ୍ଚଳ ଟେନିସ୍ କ୍ରିକେଟ୍ ପ୍ରତିଯୋଗିତାର ଦ୍ବିତୀୟ ଦିବସରେ ଓଡ଼ିଶା-ଏ ଦଳ ଓଡ଼ିଶା ନିକଟରୁ ହାରିଯାଇଛି। ନହରକଣ୍ଟାସ୍ଥିତ ଶ୍ରୀ ଜୟଦେବ କଲେଜଠାରେ ଆୟୋଜିତ ଏହି ପ୍ରତିଯୋଗିତାର ଶନିବାର ଏକ ମ୍ୟାଚ୍‌ରେ ଓଡ଼ିଶା ୨୯ ରନ୍‌ରେ ଓଡ଼ିଶା-ଏ ଦଳକୁ ପରାସ୍ତ କରିଛି। ଓଡ଼ିଶା ୮୯/୬ (ଅଧିନାୟକ ତୁଷାର ପଟ୍ଟନାୟକ ୨୨, ଜଗତରାମ ଭୁଇ ୨୨) କରିବା ପରେ ଓଡ଼ିଶା-ଏ ପାଳିକୁ ୬୦ (ସନ୍ତୋଷ ୨୩) ରନ୍‌ରେ ସଫା କରିଦେଇଥିଲା। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଅନିରୁଦ୍ଧ ବାରିକ୍‌ ୪ ଓ ଉମାକାନ୍ତ ବେହେରା ୩ ୱିକେଟ୍‌ ନେଇଥିଲେ। ଗୋଟିଏ ଦିନରେ ଓଡ଼ିଶା-ଏ ଦଳର ଏହା ଦ୍ବିତୀୟ ପରାଜୟ ଥିଲା।

ଏହା ପୂର୍ବରୁ ଅନ୍ୟ ଏକ ମ୍ୟାଚ୍‌ରେ ଓଡ଼ିଶା-ଏ ଦଳ ୨ ୱିକେ୍‌ରେ ପଶ୍ଚିମବଙ୍ଗଠାରୁ ହାରି ଯାଇଥିଲା। ଓଡ଼ିଶା-ଏ ୫୮/୧୦ କରିବା ପାର ପଶ୍ଚିମବଙ୍ଗ ୬୦/୮ କରିନେଇଥିଲା। ଅଲ୍‌ରାଉଣ୍ଡର ଆଶିଷ (୩ ୱିକେଟ୍‌, ୧୭ ରନ୍‌) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଅନ୍ୟ ଦୁଇଟି ମ୍ୟାଚ୍‌ରେ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ବିଜୟୀ ହୋଇଥିଲେ। ଝାଡ଼ଖଣ୍ଡ (୪୮/୩) ୭ ୱିକେଟ୍‌ରେ ଛତିଶଗଡ଼ (୪୪/୬)କୁ ପରାସ୍ତ କରିଥିଲା ବେଳେ ପଶ୍ଚିମବଙ୍ଗ (୭୬/୯) ୩୪ ରନ୍‌ରେ ଝାଡ଼ଖଣ୍ଡ (୪୨/୯)କୁ ପରାସ୍ତ କରିଥିଲା।

ସମ୍ବନ୍ଧିତ ଖବର