ଏସୀୟ କ୍ରୀଡା: ମହିଳା ଟେନିସ୍‌ ସିଙ୍ଗଲସ୍‌ରେ କାଂସ୍ୟ ପଦକ ଜିତିଲେ ଅଙ୍କିତା ରୈନା

ଜାକର୍ତ୍ତା: ଏସୀୟ କ୍ରୀଡାର ୫ମ ଦିନରେ ଭାରତ ପାଇଁ ପ୍ରଥମ ପଦକ ଆଣିଛନ୍ତି ମହିଳା ଟେନିସ୍‌ ଖେଳାଳି ଅଙ୍କିତା ରାଇନା। ସେ ଚାଇନାର ସୁଆଇ ଝାଙ୍ଗଙ୍କଠାରୁ ପରାଜିତ ହୋଇ ମହିଳା ସିଙ୍ଗଲ୍‌ସ୍‌ରେ ତୃତୀୟସ୍ଥାନ ଅଧିକାର କରି କାଂସ୍ୟ ପଦକ ଲାଭ କରିଛନ୍ତି। ଅନ୍ୟ ଏକ ଖୁସି ଖବର ହେଲା ରୋହନ ବୋପାନ୍ନା ଓ ଦିଭିଜ ଶରନ ପୁରୁଷ ଡବଲସ୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଏହି ବିଭାଗରେ ଭାରତ ଲାଗି ସ୍ୱର୍ଣ୍ଣ କିମ୍ବା ରୌପ୍ୟ ପଦକ ସୁନିଶ୍ଚିତ ହୋଇଛି। ଇତିମଧ୍ୟରେ ଭାରତ ୫ଟି ସ୍ୱର୍ଣ୍ଣ, ୩ଟି ରୌପ୍ୟ ଏବଂ ୯ଟି କାଂସ୍ୟ ପଦକ ଲାଭ କରି ପଦକ ତାଲିକାରେ ୭ତମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଦୁଇ ଭାରତୀୟ ମହିଳା ବ୍ୟାଡମିଣ୍ଟନ୍‌ ଖେଳାଳି ପି.ଭି ସିନ୍ଧୁ ଏବଂ ସାଇନା ନେହେଓ୍ଵାଲ୍‌ଙ୍କର ଆଜି ପଦକ ଜିଣିବାର ସମ୍ଭବନା ରହିଛି।

ସମ୍ବନ୍ଧିତ ଖବର