ପରୀକ୍ଷାରେ ପ୍ରଶିକ୍ଷକ, ଆଶାରେ ଅଧିନାୟକ

ମସ୍କୋ: ଆଉ ମାତ୍ର ୩ ଦିନ ପରେ ଖେଳାଯିବ ଫିଫା ବିଶ୍ୱକପ୍‌ର ୨୧ତମ ସଂସ୍କରଣ। ଅଂଶଗ୍ରହଣକାରୀ ୩୨ ଦେଶ ନିଜ ନିଜର ଅଭ୍ୟାସ ମ୍ୟାଚ୍‌ ଖେଳି ରୁଷିଆରେ ପହଞ୍ଚିବା ଆରମ୍ଭ କଲେଣି। ବିଶ୍ୱ ଫୁଟ୍‌ବଲର୍‌ ଏହି ଶ୍ରେଷ୍ଠ ତଥା ସର୍ବୋଚ୍ଚ ସମ୍ମାନ ପାଇଁ ଲଢ଼େଇ କରିବେ ମାସେ କାଳ। ଜୁନ୍‌ ୧୪ରୁ ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଫୁଟ୍‌ବଲ୍‌ ସମର। ପାଗଳ ପ୍ରାୟ ପ୍ରଶଂସକଙ୍କ ପାଇଁ ଏହା ମନୋରଂଜନ, ଉତ୍ସାହ ଓ ଉଦ୍ଦିପନାର ମାଧ୍ୟମ ହୋଇପାରେ। କିନ୍ତୁ ବିଭିନ୍ନ ଦେଶର ଦାୟିତ୍ୱରେ ଥିବା ପ୍ରଶିକ୍ଷକମାନଙ୍କ ପାଇଁ ଏହା ହେବ ବଡ଼ ଚତୁଃବାର୍ଷିକ ପରୀକ୍ଷା ଭଳି। ଅନ୍ୟପକ୍ଷରେ ଦଳର ନେତୃତ୍ୱ ସମ୍ଭାଳିଥିବା ମଙ୍ଗୁଆଳ ଅଧିନାୟକ ମାନେ କିନ୍ତୁ ଆସିଛନ୍ତି ଅନେକ ଆଶା ଓ ବିଶ୍ୱାସ ନେଇ। ବିଶ୍ୱକପ୍‌ର ଅବ୍ୟବହିତ ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ଆମେ ଉପସ୍ଥାପନ କରୁଛୁ ୧୬ଟି ଦଳର ପ୍ରଶିକ୍ଷକ ଓ ଅଧିନାୟକଙ୍କ ପରିଚୟ।

ସମ୍ବନ୍ଧିତ ଖବର