ବାସ୍କେଟବଲ ଖେଳାଳି ଜୋର୍ଡାନ ତାଙ୍କ କ୍ୟାରିୟରରେ ରୋଜଗାର କରିଥିଲେ ୯୩.୮ ମିିଲିୟନ ଡଲାର
ଗଲ୍ଫ ଖେଳାଳି ଟାଇଗର ଉଡ଼ଙ୍କ ରୋଜଗାର ୧.୭ ବିଲିଅନ ଡଲାର
ନୂଆଦିଲ୍ଳୀ: ଖ୍ୟାତନାମ ବାସ୍କେଟବଲ ଖେଳାଳି ମାଇକେଲ ଜୋର୍ଡାନ ନିଜ କ୍ୟାରିୟରରେ ବିଶ୍ୱର ସବୁଠାରୁ ଅଧିକ ପାରିଶ୍ରମିକ ନେଇଛନ୍ତି। ସେ ୯୩.୮ ମିିଲିୟନ ଡଲାର ରୋଜଗାର କରିଛନ୍ତି। ଏଥିରୁ ସେ ଅଧିକ ଟଙ୍କା ଚିକାଗୋ ବୁଲ୍ସ ଓ ଓ୍ଵାସିଂଟନ୍ ଓ୍ଵିଜାର୍ଡ ଠାରୁ ନେଇଛନ୍ତି। ୧୯୮୪ରେ ଖେଳ ଜଗତରେ ପାଦ ଥାପିବା ପରେ ଜୋର୍ଡାନ ବହୁ ବ୍ରାଣ୍ଡର ପ୍ରଚାରକ ହୋଇଛନ୍ତି। ସେ ଥିବା ପ୍ରଚାରକ କମ୍ପାନୀ ମଧ୍ୟରେ ଗାଟୋରାଡେ, ହେନ୍ସ, ଏମ୍ସିଆଇ, ଓକ୍ଲେ, ଅପର ଡେକ୍, ହ୍ଵିଟିଜ୍ ଆଦି ସାମିଲ ଅଛି। ତାଙ୍କ ଦ୍ୱାରା ପ୍ରଚାର କରାଯାଇଥିବା ବଡ଼ ବ୍ରାଣ୍ଡ ହେଉଛି ନାଇକ୍।
Sambad is now on WhatsApp
Join and get latest news updates delivered to you via WhatsApp
ଜୋର୍ଡାନଙ୍କ ତଳକୁ ତାଲିକାରେ ଗଲ୍ଫ ଖେଳାଳି ଟାଇଗର ଉଡ(୧.୭ ବିଲିଅନ ଡଲାର)।ଟାଇଗର ଉଡ ଆସେନଚର, ଆମେରିକାନ୍ ଏକ୍ସପ୍ରେସ, ଇଏ ସ୍ପୋଟ୍ସ, ଜେନେରାଲ ମୋଟର୍ସ ଓ ନାଇକ୍ ପାଇଁ ବ୍ରାଣ୍ଡ ଆମ୍ବାସିଡର ଅଟନ୍ତି। ବ୍ରାଣ୍ଡ ଆମ୍ବାସିଡର ଭାବରେ ଟାଇଗର ଉଡ ୨୦୦୬ରୁ ୨୦୧୦ ମଧ୍ୟରେ ୬୦୦ ମିଲିଅନ ଡଲାର ରୋଜଗାର କରିଥିଲେ। ଆଠ ବର୍ଷ ପୂର୍ବରୁ ଖେଳ ଜଗତରେ ଟାଇଗର ଉଡ଼ ଲୋକପ୍ରିୟ କ୍ରୀଡ଼ାବିଦ୍ ଥିଲେ।
ଦରମା, ବୋନସ, ପୁରସ୍କାର ରାଶି, ବ୍ରାଣ୍ଡ ଆମ୍ବାସିଡର ଆଦିରୁ ଖେଳାଳିଙ୍କୁ ମିଳୁଥିବା ଟଙ୍କାକୁ ନେଇ ଫୋବର୍ସ ଧନୀ ଖେଳାଳିଙ୍କ ତାଲିକା ପ୍ରସ୍ତୁତ କରିଛି। ଅଧିକ ପାରିଶ୍ରମିକ ନେଉଥିବା ୨୫ ଜଣ ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ୮ଟି ଖେଳର ଖେଳାଳି। ଅଧିକ ରୋଜଗାର କରୁଥିବା ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ଗଲ୍ଫ, ବାସ୍କେଟବଲ ଓ ବକ୍ସିଂ ଖେଳାଳି।
ସର୍ବକାଳିନ ରୋଜଗାର କରିଥିବା ଖେଳାଳି
-ଆର୍ଣ୍ଣୋଲ ପାଲମର: ରୋଜଗାର: ୧.୪ ବିଲିଅନ ଡଲାର
-ଜ୍ୟାକ୍ ନିକ୍ଲାଉସ୍: ରୋଜଗାର: ୧.୨ ବିଲିଅନ ଡଲାର
-ମାଇକେଲ ସୁଚମେଞ୍ଚର: ରୋଜଗାର: ୧ ବିଲିଅନ ଡଲାର
-ଫିଲ ମିକେଲସନ୍: ରୋଜଗାର ୮୧୫ ମିଲିଅନ ଡଲାର
-କୋବ୍ ବ୍ରାୟାନ୍ତ: ରୋଜଗାର: ୮୦୦ ମିଲିଅନ ଡଲାର
-ଡାଭିଡ ବେଖାମ: ରୋଜଗାର: ୮୦୦ ମିଲିଅନ ଡଲାର
-ଫ୍ଲୋଏଡ ମେେଓ୍ଵଦର: ରୋଜଗାର: ୭୮୫ ମିଲିଅନ ଡଲାର
-ସେକ୍ୱାଲି ଓ ନିଲ: ରୋଜଗାର: ୭୩୫ ମିଲିଅନ ଡଲାର
-ଲି ବ୍ରନ ଜେମ୍ସ: ରୋଜଗାର ୭୩୦ ମିଲିଅନ ଡଲାର
-ଖ୍ରୀଷ୍ଟିଆନା ରୋନାଲଡୋ: ରୋଜଗାର: ୭୨୫ ମିଲିଅନ ଡଲାର
-ଗ୍ରେଗ ନରମାନ୍: ରୋଜଗାର: ୭୦୫ ମିଲିଅନ ଡଲାର
-ମାଇକ ଟାଇସନ୍: ରୋଜଗାର: ୭୦୦ ମିଲିଅନ ଡଲାର
-ରୋଜର ଫେଡେରର: ରୋଜଗାର: ୬୭୫ ମିଲିଅନ ଡଲାର
-ଲିଓନ ମେସି: ରୋଜଗାର: ୬୦୦ ମିଲିଅନ ଡଲାର
-ଆଲେକ୍ସ ରୋଡ୍ରିଗୁଜ: ରୋଜଗାର: ୫୭୫ ମିଲିଅନ ଡଲାର
-ଜେଫ ଗର୍ଡନ: ରୋଜଗାର ୫୨୫ ମିଲିଅନ ଡଲାର
-ଓସ୍କାର ଡି ଲା ହୋୟା: ରୋଜଗାର: ୫୨୦ ମିଲିଅନ
-ମାନି ପ୍ୟାକିଆଓ: ରୋଜଗାର: ୫୧୦ ମିଲିଅନ ଡଲାର
-ଡେରେକ ଜେଟର: ରୋଜଗାର ୪୯୦ ମିଲିଅନ ଡଲାର
-ପେଟନ୍ ମାନିଂ: ରୋଜଗାର: ୪୮୦ ମିଲିଅନ ଡଲାର
-କେଭିନ ଗାରନେଟ୍: ରୋଜଗାର: ୪୮୦ ମିଲିଅନ ଡଲାର
-ଇଭାଣ୍ଡର ହୋଲିଫିଲ୍ଡ: ରୋଜଗାର ୪୭୫ ମିଲିଅନ ଡଲାର
-ଆନ୍ଦ୍ରେ ଆଗାସି: ରୋଜଗାର: ୪୭୦ ମିଲିଅନ ଡଲାର