ନୂଆଦିଲ୍ଲୀ : ଆସନ୍ତା ୧୫ ତାରିଖରେ ବିଶ୍ବକପ ପାଇଁ ଭାରତୀୟଦଳ ଘୋଷଣା ହେବ । ଏମଏସକେ ପ୍ରସାଦଙ୍କ ଅଧ୍ୟକ୍ଷତାରେ ଥିବା ଚୟନ କମିଟି ବିଶ୍ବକପ ପାଇଁ ୧୫ ଜଣିଆ ଦଳ ଚୟନ କରିବ ।
Sambad is now on WhatsApp
Join and get latest news updates delivered to you via WhatsApp
କିନ୍ତୁ ଏହି ୧୫ ଜଣିଆ ଦଳରେ କିଏ କିଏ ରହିବେ ତାହାକୁ ନେଇ ଏବେଠାରୁ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଲାଣି । ଜାତୀୟ ସ୍ତରର ଖବରକାଗଜ ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟ ଅନୁସାରେ ୧୫ ଜଣିଆ ଦଳ ମଧ୍ୟରୁ ଇତି ମଧ୍ୟରେ ୧୪ ଜଣଙ୍କ ନାଁ ଚୂଡାନ୍ତ ହୋଇସାରିଲାଣି । କାଲିସୁଦ୍ଧା ଆଉ ଜଣକର ନାଁ ଚୂଡାନ୍ତ ହୋଇଯିବ । ଏହି ରିପୋର୍ଟ ଅନୁସାରେ ବିରାଟ କୋହଲୀ ଦଳର ନେତ୍ତ୍ବ ନେବେ । ଅନ୍ୟ ଖେଳାଳୀମାନେ ହେଲେ ରୋହିତ ଶର୍ମା, ମହେନ୍ଦ୍ର ସିଂ ଧୋନି, ଶିଖର ଧୱନ, ହାର୍ଦ୍ଦିକ ପାଣ୍ଡ୍ୟା, ଯୁଜବେନ୍ଦ୍ର ଚହଲ, କୂଳଦୀର ଯାଦବ, ଭୁବନେଶ୍ବର କୁମାର, ବୁମରା, ମହମ୍ମଦ ସମି, କେଦାର ଯାଦବ, କେଏଲ ରାହୁଲ,ବିଜୟ ଶଙ୍କର ଓ ରିଷଭ ପନ୍ତ ।
ଆସିସି ବିଶ୍ବକପ କ୍ରିକେଟ ଆସନ୍ତା ମଇ ୩୦ ତାରିଖରୁ ଆରମ୍ଭ ହେଉଥିବାବେଳେ ଏପ୍ରିଲ ୨୩ ସୁଦ୍ଧା ସବୁ ଟିମଙ୍କୁ ନିଜର ୧୫ ଜଣିଆ ଦଳ ଘୋଷଣା କରିବାକୁ ଆଇସିସି କହିଛି ।