ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶର ବିଜୟଓ୍ଵାଡ଼ାଠାରେ ଚାଲିଥିବା ଜାତୀୟ ଥ୍ରୋ ବଲ୍ ପ୍ରତିଯୋଗିତାରେ ଓଡ଼ିଶାର ଉଭୟ ପୁରୁଷ ଏବଂ ମହିଳା ଦଳ କ୍ୱାର୍ଟର୍ ଫାଇନାଲ୍ରେ ପହଞ୍ଚିଛନ୍ତି। ପୁରୁଷରେ ପୁଲ୍-ଡି’ରେ ଥିବା ଓଡ଼ିଶା ଗତ କାଲି ୨ ମ୍ୟାଚ୍ ଜିତିଥିଲା ବେଳେ ସୋମବାର ବିହାରକୁ ୨-୦ ଏବଂ ହରିଆନାକୁ ୨-୧ ସେଟ୍ରେ ହରାଇ ଅପରାଜୟ ସହ କ୍ୱାର୍ଟର୍ ଫାଇନାଲ୍ରେ ସ୍ଥାନ ପକ୍କା କରିଛି। ସେହିଭଳି ଓଡ଼ିଶା ମହିଳା ଦଳ ହରିଆନାକୁ ୨-୦ ଏବଂ କେରଳକୁ ୨-୧ ସେଟ୍ରେ ପରାସ୍ତ କରି କ୍ୱାର୍ଟର୍ ଫାଇନାଲ୍କୁ ଯୋଗ୍ୟତା ଅର୍ଜନ କରିନେଇଛି ବୋଲି ଓଡ଼ିଶା ରାଜ୍ୟ ଥ୍ରୋ ବଲ୍ ସଂଘର ସହ ସମ୍ପାଦକ ଯଶୋବନ୍ତ ପରମଗୁରୁ ବିଜ୍ଞପ୍ତିରେ ଜଣାଇଛନ୍ତି।