ତୀରନ୍ଦାଜୀ ମାନ୍ୟତା ଭାରତ ମହିଳା ୧ନଂ

କୋଲ୍‌କାତା: ପ୍ରଥମ ଥର ଲାଗି ଭାରତୀୟ ମହିଳା କମ୍ପାଉଣ୍ଡ୍‌ ଦଳ ବିଶ୍ୱ ତୀରନ୍ଦାଜୀ ମାନ୍ୟତାର ଶୀର୍ଷ ସ୍ଥାନ ଦଖଲ କରିଛି। ଶୁକ୍ରବାର ଘୋଷିତ ଏହି ମାନ୍ୟତାରେ ଭାରତ ସିଧାସଳଖ ପଞ୍ଚମରୁ ଏହି ସ୍ଥାନକୁ ଲମ୍ଫ ଦେଇଛି। ଚଳିତ ବର୍ଷ ଭାରତ ୪ ବିଶ୍ୱକପ୍‌ ଷ୍ଟେଜ୍‌ରେ ଭଲ ପ୍ରଦର୍ଶନ ଦେଇଥିବାରୁ ମାନ୍ୟତାର ଏଭଳି ଉନ୍ନତିି ହୋଇଥିଲା। ସମ୍ପ୍ରତି ଭାରତ ମୋଟ ଉପରେ ୩୪୨.୬ ପଏଣ୍ଟ୍‌ ପାଇଥିଲା ବେଳେ ଏହାଠୁ ୬ ପଏଣ୍ଟ୍‌ କମ୍‌ ସହ ଚାଇନିଜ୍‌ ତାଇପେ ଦ୍ୱିତୀୟରେ ରହିଛି। ଭାରତୀୟ ମିଶ୍ରିତ ଯୁଗଳ ଯୋଡ଼ି ଅଭିଷେକ ବର୍ମା ଓ ଜ୍ୟୋତି ସୁରେଖା ସପ୍ତମରୁ ପଞ୍ଚମ ସ୍ଥାନକୁ ଲମ୍ଫ ଦେଇଛନ୍ତି। ମହିଳା ରିକର୍ଭ ଦଳ ଅଷ୍ଟମରେ ରହିଥିଲା ବେଳେ ପୁରୁଷ ଦଳ ଦ୍ୱାଦଶକୁ ଖସି ଆସିଛି।

ସମ୍ବନ୍ଧିତ ଖବର