ଓସିଏ ନିର୍ବାଚନ: ଚୂଡ଼ାନ୍ତ ଭୋଟର ତାଲିକା ଆଜି

ନିର୍ବାଚନ ଅଧିକାରୀଙ୍କ ନିକଟରେ ପକ୍ଷ ରଖିଲେ ତିନି ଅଭିଯୋଗକାରୀ ସଦସ୍ୟ

କଟକ: ଆସନ୍ତା ୨୭ ତାରିଖରେ ହେବାକୁ ଥିବା ଓସିଏ ନିର୍ବାଚନ ପାଇଁ ରବିବାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ତେବେ ଚୂଡ଼ାନ୍ତ ତାଲିକା ପୂର୍ବରୁ ତିନି ସଦସ୍ୟ ଓଜିପି କ୍ଲବ୍‌, ଏସ୍‌ବିଆଇ କ୍ଲବ୍‌ ଏବ˚ ଗଞ୍ଜାମ ପକ୍ଷରୁ ପ୍ରତିନିଧିଙ୍କ ନାମକୁ ନେଇ ଉଠାଯାଇଥିବା ଆପତ୍ତି ଉପରେ ଶନିବାର ଶୁଣାଣି କରାଯାଇଥିଲା। ଉପରୋକ୍ତ ସଦସ୍ୟଙ୍କ ପକ୍ଷରୁ ଜଣେ ଲେଖାଏଁ କର୍ମକର୍ତ୍ତା ନିର୍ବାଚନ ଅଧିକାରୀ ଏମ୍‌ଏଲ୍‌ ମଜୁମଦାରଙ୍କ ପାଖରେ ଉପସ୍ଥିତ ରହି ନିଜ ସପକ୍ଷରେ କାଗଜପତ୍ର ଦେଖାଇଥିଲେ। ଓଡ଼ିଶା ସରକାରୀ ପ୍ରେସ୍‌ କ୍ଲବ୍‌ ପକ୍ଷରୁ ସାନି ଭୋଟର ତାଲିକାରେ ବିରେନ୍‌ ବେହେରାଙ୍କ ନାମ ଆସିଛି। ହେଲେ ଏହାକୁ କ୍ଲବ୍‌ ସମ୍ପାଦକ ସାରଦା ମହାନ୍ତି ବିରୋଧ କରିବା ସହ ବିରେନ୍‌ ଅବସର ନେଇସାରିଥିବା ନିର୍ବାଚନ ଅଧିକାରୀଙ୍କୁ ଜଣାଇଥିଲେ। ଏପରିକି କ୍ଲବ୍‌ର ସାଧାରଣ ବୈଠକରେ ସାରଦାଙ୍କୁ ସମ୍ପାଦକ ପଦବି ଦିଆଯିବା ସହ ଏସ˚କ୍ରାନ୍ତରେ ଅଗଷ୍ଟ ମାସରୁ ଓସିଏ ସହିତ ଅନ୍ୟ କ୍ରୀଡ଼ା ସ˚ଘମାନଙ୍କୁ ଅବଗତ କରାଯାଇଥିଲା। ହେଲେ ପୂର୍ବରୁ ହୋଇଥିବା ଏକ ମାମଲା ଅନୁଯାୟୀ କୋର୍ଟ ବିରେନ୍‌ଙ୍କ ସପକ୍ଷରେ ନିର୍ଦ୍ଦେଶ ଦେଇଥିବା ବିରେନ୍‌ ତାଙ୍କ ପକ୍ଷରେ କହିଥିଲେ। ଏଥିସହିତ ଏସ୍‌ବିଆଇ ପକ୍ଷରୁ ସାନି ତାଲିକାରେ ଉପେନ୍ଦ୍ର ଦାସଙ୍କ ନାମ ଆସିଛି। କିନ୍ତୁ ସେ ୨୦୦୬ ମସିହାରୁ ଅବସର ନେଇସାରିଥିବାରୁ କ୍ଲବ୍‌ କିପରି ତାଙ୍କ ନାମକୁ ବିନା ଉଚ୍ଚ ପଦସ୍ଥ ଅଧିକାରୀଙ୍କ ପରାମର୍ଶରେ ପଠାଇଥିଲା ବୋଲି ପ୍ରଶ୍ନ କରାଯାଇଛି। କିନ୍ତୁ କ୍ଲବ୍‌ ନିୟମାବଳୀରେ ଅବସର ସଦସ୍ୟଙ୍କୁ ନିଆଯାଇପାରିବ ବୋଲି କୁହାଯାଇଛି। ହେଲେ ଅବସରପ୍ରାପ୍ତ କର୍ମଚାରୀ ସଦସ୍ୟ ହୋଇପାରିବେ, କିନ୍ତୁ କୌଣସି ନିର୍ବାଚନ ପ୍ରକ୍ରିୟାରେ ଅ˚ଶଗ୍ରହଣ କରିପାରିବେନି ବୋଲି ଏସ୍‌ବିଆଇର ଜଣେ ଏଜିଏମ୍‌ ଓ ଡିଜିଏମ୍‌ ପାହ୍ୟାର ଅଧିକାରୀମାନେ ଯୁକ୍ତି ଦର୍ଶାଇଛନ୍ତି। ସେହିପରି ଗଞ୍ଜାମ ଜିଲ୍ଲା କ୍ରିକେଟ ସ˚ଘରୁ ଅଶୋକ ସାହୁଙ୍କ ନାମ ସାନି ତାଲିକାରେ ପ୍ରକାଶ ପାଇଛି। କିନ୍ତୁ ସେ ୨୦୦୯ରୁ ଇସ୍ତଫା ଦେଇସାରିଥିବାରୁ ତାଙ୍କ ନାମ କିପରି ଆସିଲା ବୋଲି ପ୍ରଶ୍ନ କରାଯାଇଥିଲା। ଓସିଏ ନିର୍ବାଚନ ପାଇଁ ଗଞ୍ଜାମ କ୍ରିକେଟ ସ˚ଘରୁ ସମ୍ପାଦକ ରମେଶ ଚନ୍ଦ୍ର ପାତ୍ରଙ୍କ ନାମ ଆସିଛି। ତେଣୁ ତାଙ୍କ ନାମ ଗ୍ରହଣ କରିବାକୁ ଅନୁରୋଧ କରାଯାଇଥିଲା। କିନ୍ତୁ ସ˚ଘର ସଦସ୍ୟତା ମାମଲାରେ କୋର୍ଟ ଅଶୋକଙ୍କ ସପକ୍ଷରେ ନିର୍ଦ୍ଦେଶନାମା ଦେଇଥିବାରୁ ସେହି ଅନୁସାରେ ତାଙ୍କ ନାମକୁ ତାଲିକାରେ ସ୍ଥାନ ଦିଆଯାଇଥିବା କୁହାଯାଇଥିଲା। ତଥାପି ଶନିବାର ସ˚ଧୢା ଓ ରବିବାର ନିର୍ବାଚନ ଅଧିକାରୀ ସମସ୍ତ କାଗଜପତ୍ରକୁ ଯାଞ୍ଚ କରିବା ପରେ ରବିବାର ଅପରାହ୍ନରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ।

କୋରାପୁଟରୁ ଅନୁପ ପାତ୍ରଙ୍କ ନାମକୁ ବିରୋଧ
କଟକ: ଓସିଏ ନିର୍ବାଚନ ପାଇଁ ପ୍ରକାଶ ପାଇଥିବା ସାନି ଭୋଟର ତାଲିକାରେ କୋରାପୁଟର ଅନୁପ ପାତ୍ରଙ୍କ ନାମକୁ ଜିଲ୍ଲା ଦୌଡକୁଦ ସ˚ଘ ପକ୍ଷରୁ ବିରୋଧ କରାଯାଇଛି। ବିନା ସାଧାରଣ ବୈଠକରେ ଅନୁପ କିପରି ଓସିଏ ନିର୍ବାଚନ ପାଇଁ ସ˚ଘ ପକ୍ଷରୁ ପ୍ରତିନିଧିତ୍ବ କଲେ ବୋଲି ଉପ ସଭାପତି ଜେ ହେମଚନ୍ଦ୍ର ରାଓ ନିର୍ବାଚନ ଅଧିକାରୀଙ୍କ ନିକଟରେ ଆପତ୍ତି ଉଠାଇଛନ୍ତି। ସେ ତାଙ୍କ ଆପତ୍ତି ପତ୍ରରେ ଜଣାଇଛନ୍ତି ଯେ ଜିଲ୍ଲା ଦୌଡକୁଦ ସ˚ଘର କର୍ମକର୍ତ୍ତାଙ୍କ ଅବଧି ଏପ୍ରିଲ ୧୭ ତାରିଖରେ ଶେଷ ହୋଇଯାଇଛି। ସ˚ଘର ସଭାପତି ତଥା ଜିଲ୍ଲାପାଳ ଏହାପରଠୁ ସାଧାରଣ ବୈଠକ ଡାକିବା ପ୍ରକ୍ରିୟା ଚଳାଇଛନ୍ତି। କିନ୍ତୁ ବିନା ସାଧାରଣ ବୈଠକ ଓ ଅନୁମୋଦନ ବିନା ଅନୁପଙ୍କ ନାମ ଭୋଟର ତାଲିକାରେ ପ୍ରକାଶ ପାଇବା ବେଆଇନ୍ ବୋଲି କୁହାଯାଇଛି। ଏପରିକି ସଭାପତିଙ୍କ ସହମତି ବିନା ଅନୁପ ଓସିଏ ନିର୍ବାଚନରେ ଅ˚ଶଗ୍ରହଣ କରିବାକୁ ଯାଉଥିବାରୁ ତାହା ମଧ୍ୟ ବେଆଇନ ବୋଲି ଦର୍ଶାଯାଇଛି। ତେଣୁ ଏହା ଉପରେ ବିଚାର କରିବାକୁ ନିର୍ବାଚନ ଅଧିକାରୀଙ୍କୁ ହେମଚନ୍ଦ୍ର ରାଓ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର