ଆଜିଠୁ ମଦନପୁର କପ୍‌ ଫୁଟ୍‌ବଲ୍‌

ଭୁବନେଶ୍ୱର: ବୁଧବାରଠାରୁ ଷଷ୍ଠ ମଦନପୁର କପ୍‌ ଫୁଟବଲ୍‌ ପ୍ରତିଯୋଗିତା ଆରମ୍ଭ ହେବ। ଏଥିରେ ରାଜ୍ୟର ବଛାବଛା ୮ ଦଳ ଅଂଶ ଗ୍ରହଣ କରିବେ। ଫାଇନାଲ୍‌ ଚଳିତ ମାସ ୨୭ ତାରିଖରେ ଖେଳାଯିବ ବୋଲି ସଭାପତି ବିଜୟ ପଟ୍ଟନାୟକ ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ଏହି ପ୍ରତିଯୋଗିତା ପୂର୍ବରୁ ନଭେମ୍ବର ୧୨ ତାରିଖରୁ ହେବାର ଥିଲା। ହେଲେ କେତେକ କାରଣ ପାଇଁ ସ୍ଥଗିତ ହୋଇ ଯାଇଥିଲା। ପ୍ରତିଯୋଗିତାରେ ଭାଗନେବାକୁ ଥିବା ଦଳଗୁଡ଼ିକ ହେଲେ ଗୀତା ୟୁନାଇଟେଡ୍‌ ଭୁବନେଶ୍ୱର, ବଜରଙ୍ଗବାଲି ସ୍ପୋର୍ଟିଂ ଭୁବନେଶ୍ୱର, ଜୟଦୁର୍ଗା କ୍ଲବ୍‌ ଖୋର୍ଧା, ବଲଦେବ ଜିୟୁ ପାରାଦ୍ୱୀପ, ମଙ୍ଗଳା କ୍ଲବ୍‌ କଟକ, ଗୋଲଡେନ୍‌ କ୍ଲବ୍‌ ଜଟଣୀ, କଳିଙ୍ଗ ସ୍ପୋର୍ଟିଂ ଓ ଜିଏସଏ କଟକ।

ସମ୍ବନ୍ଧିତ ଖବର