ଟାଉନ୍‌ କ୍ଲବ୍‌ କ୍ରିକେଟ୍‌ ଶୃଙ୍ଖଳା: ଟାଉନ୍‌ କ୍ଲବ୍‌ ବିଜୟୀ

ଭୁବନେଶ୍ୱର: ଟାଉନ୍‌ କ୍ଲବ୍‌ ପକ୍ଷରୁ ଆୟୋଜିତ ଟାଉନ୍‌ କ୍ଲବ୍‌ କ୍ରିକେଟ୍‌ ଶୃଙ୍ଖଳାର ମଙ୍ଗଳବାର ମ୍ୟାଚ୍‌ରେ ଆୟୋଜକ କ୍ଲବ୍‌ ୬ ଓ୍ଵିକେଟ୍‌ରେ ରେଡ୍‌ ଷ୍ଟାର୍‌କୁ ପରାସ୍ତ କରିଛି। ପ୍ରଥମେ ବ୍ୟାର୍ଟିଂ କରି ରେଡ୍‌ ଷ୍ଟାର୍‌ ଦଳ ନିର୍ଧାରିତ ୪୦ ଓଭରରେ ୯ ଓ୍ଵିକେଟ୍‌ରେ ୧୯୪ ରନ୍‌ କରିଥିଲା। ଗୌରବ ମହାନ୍ତି (୬୯) ଅର୍ଧଶତକ ଜମାଇଥିଲେ। ଟାଉନ୍‌ କ୍ଲବ୍‌ ପକ୍ଷରୁ ଭବତୋଷ ପରମାଣିକ ୪ ଏବଂ ବିଶାଳ କର ୨ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ଟାଉନ୍‌ କ୍ଲବ୍‌ ୨୭ ଓଭରରେ ୪ ଓ୍ଵିକେଟ୍‌ ହରାଇ ବିଜୟ ହାସଲ କରିଥିଲା। ପ୍ରତ୍ୟୁଷ ଦାସ ୬୪ ଏବଂ ବିଶାଳ କର ୪୧ ରନ୍‌ କରିଥିଲେ। ରେଡ୍‌ଷ୍ଟାର୍‌ ପକ୍ଷରୁ ଦେବାଶିଷ ନାୟକ ୨ ଓ୍ଵିକେଟ୍‌ ନେଇଥିଲେ। ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ ପାଇଁ ବିକାଶ କରଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଅଭିନନ୍ଦନ ପାତ୍ର ଏବଂ ସୟଦ ରିଆଜତ୍‌ ମ୍ୟାଚ୍‌ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର