ଲିସେଷ୍ଟର: ଏଠାରେ ଚାଲିଥିବା ତ୍ରିରାଷ୍ଟ୍ରୀୟ ଶୃଙ୍ଖଳାରେ ଭାରତ-ଏ ମଙ୍ଗଳବାର ଦ୍ୱିତୀୟ ବିଜୟ ପାଇଛି। ପ୍ରଥମ ମ୍ୟାଚ୍ରେ ଇଂଲଣ୍ଡ ଲାୟନ୍ସଠୁ ହାରିଥିବା ଭାରତ ସୋମବାର େଓ୍ଵଷ୍ଟ୍ଇଣ୍ଡିଜ୍କୁ ୭ ଓ୍ଵିକେଟ୍ରେ ପରାସ୍ତ କରିଥିଲା। ମଙ୍ଗଳବାର ତୃତୀୟ ମ୍ୟାଚ୍ରେ ଇଂଲଣ୍ଡ ଲାୟନ୍ସକୁ ୧୦୨ ରନ୍ରେ ହରାଇ ମଧୁର ପ୍ରତିଶୋଧ ମଧ୍ୟ ନେଇଗଲା। ଏଥି ସହିତ ଭାରତ ଫାଇନାଲ୍ ଅଶା ଉଜ୍ଜୀବିତ ରଖିଲା।
ପ୍ରଥମେ ବ୍ୟାଟିଂ କରି ଭାରତ ୬ ଓ୍ଵିକେଟ୍ ହରାଇ ୩୦୯ କରିଥିଲା। େଓ୍ଵଷ୍ଟ୍ଇଣ୍ଡିଜ୍ ବିପକ୍ଷରେ ଶତକ ହାସଲ କରିଥିବା ମୟଙ୍କ ଅଗ୍ରଓ୍ଵାଲ୍ ଇଂଲଣ୍ଡ ବିପକ୍ଷରେ ମଧ୍ୟ ଶତକ ଜମାଇଥିଲେ। ସଂଯୋଗବଶତଃ ଉଭୟ ଶତକୀୟ ପାଳିରେ ମୟଙ୍କ ୧୧୨ ରନ୍ ଲେଖାଏଁ କରିଥିଲେ। ଶୁଭମ ଗିଲ୍ (୭୨) ମଧ୍ୟ ଲଗାତାର ଦ୍ୱିତୀୟ ଅର୍ଧଶତକ ପୂରଣ କରିଥିଲେ। ହନୁମା ବିହାରୀ (୬୯) ଅର୍ଧଶତକ ଏବଂ ଦୀପକ ହୁଦା ୩୩ ରନ୍ କରିବାରୁ ଦଳୀୟ ସ୍କୋର୍ ୩୦୦ ଅତିକ୍ରମ କରିଥିଲା। ଇଂଲଣ୍ଡ ପକ୍ଷରୁ ମାଥ୍ୟୁ ଫିସର ଏବଂ ଏଡ୍ ବାର୍ନାର୍ଣ୍ଡ ୨ ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ଜବାବରେ ଇଂଲଣ୍ଡ ୪୧.୩ ଓଭରରେ ୨୦୭ ରନ୍ କରିବାକୁ ସକ୍ଷମ ହୋଇଥିଲା। ଲିଆମ୍ ଡସନ୍ ୩୮, ବେନ୍ ଫୋକ୍ସ ୩୨ ଏବଂ ଏଡ୍ ବାର୍ନାର୍ଣ୍ଡ ୩୧ ରନ୍ କରିଥିଲେ। ଭାରତ ପକ୍ଷରୁ ସାର୍ଦୁଲ ଠାକୁର ୩, ଖଲିଲ ଅହମ୍ମଦ ୨ ଏବଂ ପ୍ରସିଦ୍ଧ କୃଷ୍ଣ, କୃନାଲ ପାଣ୍ଡ୍ୟା, କୃଷ୍ଣାପା ଗୌତମ ଓ ଦୀପକ ହୁଦା ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।