ତ୍ରିରାଷ୍ଟ୍ରୀୟ: ଅଷ୍ଟ୍ରେଲିଆ ୯ ଓ୍ଵିକେଟ୍‌ରେ ବିଜୟୀ

ହରାରେ, ପାକିସ୍ତାନ, ଜିମ୍ବାେଓ୍ଵ ଏବଂ ଅଷ୍ଟ୍ରେଲିଆକୁ ନେଇ ଚାଲିଥିବା ତ୍ରିରାଷ୍ଟ୍ରୀୟ ଟେ୍ଵଣ୍ଟି-୨୦ ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିଜୟୀ ହୋଇଛି। ସୋମବାର ହରାରେ ସ୍ପୋର୍ଟ୍ସ କ୍ଲବ୍‌ରେ ଖେଳା ଯାଇଥିବା ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୯ ଓ୍ଵିକେଟ୍‌ରେ ପାକିସ୍ତାନକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୧୯.୫ ଓଭରରେ ୧୧୬ ରନ୍‌ କରିଥିଲା। ସଦାବ ଖାନ୍‌ ୨୯, ଅସିଫ୍‌ ଅଲ୍ଲୀ ୨୨ ଏବଂ ଫହୀମ ଖାନ୍‌ ୨୧ ରନ୍‌ କରିଥିଲେ। ବିଲି ଷ୍ଟାନ୍‌ଲେକ୍‌ ୮ ରନ୍‌ରେ ୪ ଏବଂ ଆଣ୍ଡ୍ରିଉ ଟାଏ ୩ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ଜବାବରେ ଅଷ୍ଟ୍ରେଲିଆ ୧୦.୫ ଓଭରରେ ଗୋଟିଏ ଓ୍ଵିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ଅଧିନାୟକ ଆରୋନ୍‌ ଫିଞ୍ଚ୍‌ (୬୮ ରନ୍‌) ଏବଂ ଟ୍ରାଭିସ୍‌ ହେଡ୍‌ (୨୦ ରନ୍‌) ଅପରାଜିତ ରହି ଦଳକୁ ବିଜୟ ଦେଇଥିଲେ। ବିଲି ଷ୍ଟାନ୍‌ଲେକ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସମ୍ବନ୍ଧିତ ଖବର