ତ୍ରିବେଣୀ କପ୍‌ରେ ୩୨ ଦଳ

ଭୁବନେଶ୍ବର: ସ୍ଥାନୀୟ ଆଇଆର୍‌ସି ଭିଲେଜ୍ ସ୍ଥିତ ଏଲ୍‌ଏଲ୍‌ସିସି ପଡ଼ିଆରେ ଆସନ୍ତା ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ଚାରି ଦିନ ଧରି ତ୍ରିବେଣୀ କପ୍ ଟେନିସ୍ ବଲ୍ କ୍ରିକେଟ୍‌ର ତ୍ରୟୋଦଶ ସଂସ୍କରଣ ଅନୁଷ୍ଠିତ ହେବ। ଏଥିରେ ୩୨ ଦଳ ଅଂଶ ଗ୍ରହଣ କରିବେ। ପ୍ରତ୍ୟେକ ମ୍ୟାଚ୍‌ ୬ ଓଭର ବିଶିଷ୍ଟ ହେବ ଏବଂ ଦଳ ପିଛା ୯ ଜଣ ଖେଳାଳି ରହିବେ। ବିଜେତା ଦଳକୁ ୧ ଲକ୍ଷ ଏବଂ ଉପବିଜେତାଙ୍କୁ ୫୦,୦୦୦ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ। ପ୍ରତିଯୋଗିତା ଲାଗି ପ୍ରବେଶିକା ଦେୟ ୩୫୦୦ ଟଙ୍କା ରଖାଯାଇଛି ବୋଲି ଆୟୋଜକ କ୍ଲବ୍‌ର ସଭାପତି ପଙ୍କଜ କୁମାର ଦାସ, ସଂପାଦକ ଅଜୟ କୁମାର ସାହୁ ଜଣାଇଛନ୍ତି। ଅଧିକ ବିବରଣୀ ପାଇଁ ୯୮୫୩୦୭୮୬୩୩, ୭୯୭୮୨୦୧୦୭୧, ୯୧୨୪୦୩୦୨୫୬ କିମ୍ବା ୭୦୦୮୪୫୦୩୭ରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି। ଗତବର୍ଷ ଏହି ପ୍ରତିଯୋଗିତାରେ ମଡର୍ନଷ୍ଟାର ବି‌ଜେତା ଏବଂ ଜାଗୃତି କ୍ରିକେଟ୍ କ୍ଲବ୍ ଉପବିଜେତା ହୋଇଥିଲା।

ସମ୍ବନ୍ଧିତ ଖବର