ଟର୍ନରଙ୍କ ଅଲୋଡା କୀର୍ତି: କ୍ରମାଗତ ୫ ଶୂନ

ନୂଆଦିଲ୍ଲୀ: ଚଳିତ ଆଇପିଏଲ୍‌ରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବା ଅଷ୍ଟ୍ରେଲୀୟ ଅଲ୍‌ରାଉଣ୍ଡର ଅଷ୍ଟନ୍‌ ଟର୍ନର ଏକ ଅଲୋଡା କୀର୍ତି ପାଇଛନ୍ତି। ସୋମବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ରେ ପ୍ରଥମ ବଲ୍‌ରେ ଈଶାନ୍ତ ଶର୍ମାଙ୍କ ବଲ୍‌ରେ ଆଉଟ୍‌ ହୋଇଥିବା ଟର୍ନର ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ କ୍ରମାଗତ ୫ ଥର ଶୂନ‌ରେ ପାଭିଲିୟନ୍‌ ଫେରିବାରେ ପ୍ରଥମ ବ୍ୟାଟ୍‌ସମ୍ୟାନ୍‌ ହେବାର ଏହି ଅଲୋଡା କୀର୍ତି ଅଜର୍ନ କରିଛନ୍ତି। ୨୬ ବର୍ଷ ବୟସ୍କ ଟର୍ନର ବିଗ୍‌ବାସ୍‌ ଲିଗ୍‌ରେ ପର୍ଥ ସ୍କୋର୍ଚର୍ସ ପକ୍ଷରୁ ଖେଳି ଆଡି‌ଲେଡ୍‌ ଷ୍ଟ୍ରାଇକର୍ସ ବିପକ୍ଷ ମ୍ୟାଚ୍‌ର ପ୍ରଥମ ବଲ୍‌ରେ ଆଉଟ୍‌ ହେବା ପରେ ଫେବ୍ରୁଆରିରେ ଅଷ୍ଟ୍ରେଲିଆ ପକ୍ଷରୁ ଭାରତ ବିପକ୍ଷ ଟ୍ବେଣ୍ଟି-୨୦ରେ ୫ ବଲ୍‌ ଖେଳି ମଧ୍ୟ ଖାତା ଖୋଲିବା ପୂର୍ବରୁ ପାଭିଲିୟନ୍‌ ଫେରିଥିଲେ। ଏହାପରେ ଚଳିତ ଆଇପିଏଲ୍‌ରେ କ୍ରମାଗତ ତୃତୀୟ ମ୍ୟାଚ୍‌ରେ ମଧ୍ୟ ଶୂନ ରନ୍‌ରେ ଆଉଟ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର