ଉମର ଅବ୍ଦୁଲ୍ଲାଙ୍କ ବୟାନ ନେଇ ବିରକ୍ତି ପ୍ରକାଶ କଲେ ଗମ୍ଭୀର, କହିଲେ – ପାକିସ୍ତାନ ଚାଲିଯାଅ

ନୂଆଦିଲ୍ଲୀ: ନ୍ୟାସନାଲ କନ୍‌ଫ୍ରେନସ୍‌ (ଏନ୍‌ସି)ର ନେତା ନିକଟରେ କହିଥିଲେ ଯେ, ଜମ୍ମୁ କଶ୍ମୀର ଲାଗି ସ୍ୱତନ୍ତ୍ର ପ୍ରଧାନମନ୍ତ୍ରୀ ଦରକାର। ଏହି ବୟାନ ଗଣମାଧ୍ୟମରେ ଖବର ପ୍ରକାଶ ହେବା ପରେ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ବିରକ୍ତି ପ୍ରକାଶ କରିଛନ୍ତି। ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବ୍ଦୁଲ୍ଲାଙ୍କ ଏହି ବୟାନକୁ ନେଇ ଗମ୍ଭୀର ଟାର୍ଗେଟ କରିଛନ୍ତି। କ୍ରିକେଟରୁ ନେତା ହୋଇଥିବା ଗମ୍ଭୀର ପରୋକ୍ଷ ଭାବରେ ଅବ୍ଦୁଲ୍ଲାଙ୍କୁ ପାକିସ୍ତାନ ଚାଲିଯିବା ପାଇଁ ପରାମର୍ଶ ଦେଇଛନ୍ତି। ଅନ୍ୟପକ୍ଷରେ ଜବାବରେ ଅବ୍ଦଦୁଲ୍ଲା ମଧ୍ୟ ଗମ୍ଭୀରକୁ କେବଳ କ୍ରିକେଟ ଖେଳିବା ପାଇଁ ପରାମର୍ଶ ଦେଇଛନ୍ତି।

ଗୌତମ ଗମ୍ଭୀର ଟୁଇଟର୍‌ରେ ଟାର୍ଗେଟ କରି ଲେଖିଛନ୍ତି, ଉମର ଅବ୍ଦୁଲ୍ଲା ଜମ୍ମୁ କଶ୍ମୀରରେ ଅଲଗା ଭାବରେ ପ୍ରଧାନମନ୍ତ୍ରୀ ଚାହୁଁଛନ୍ତି। ଗମ୍ଭୀର ଟୁଇଟ୍‌ରେ ଲେଖିଛନ୍ତି, ଉମର ଅବ୍ଦୁଲ୍ଲା ଜମ୍ମୁ କଶ୍ମୀର ଲାଗି ଅଲଗା ପ୍ରଧାନମନ୍ତ୍ରୀ ଚାହୁଁଛନ୍ତି।

 

ଅନ୍ୟପକ୍ଷରେ ଉମର ଅବ୍ଦୁଲ୍ଲା ମଧ୍ୟ ଗମ୍ଭୀରଙ୍କ ଟୁଇଟକୁ ଜବାବ ଦେଇ ଲେଖିଛନ୍ତି, ମୁଁ କେବେ କ୍ରିକେଟ ଖେଳି ନାହିଁ। କାରଣ ମୋତେ ଏବାବଦରେ ଜଣାନାହିଁ। ଆପଣ ଆପଣଙ୍କର ଦିଗରେ କାମ କରନ୍ତୁ, ଯେଉଁ ବିଷୟରେ ଆପଣଙ୍କର ଅଭିଜ୍ଞତା ରହିଛି।

ସମ୍ବନ୍ଧିତ ଖବର