ତୀରନ୍ଦାଜୀ ଦଳଠୁ ୨ ରୁପା 

ଏସୀୟ କ୍ରୀଡ଼ାରେ ମଙ୍ଗଳବାର ତୀରନ୍ଦାଜୀରୁ ଭାରତକୁ ମିଳିଛି ୨ ରୌପ୍ୟ ପଦକ। ଉଭୟ ଭାରତୀୟ ପୁରୁଷ ଓ ମହିଳା କମ୍ପାଉଣ୍ଡ୍‌ ଦଳ ଫାଇନାଲ୍‌ ପର୍ଯ୍ୟାୟରେ ଦ୍ୱିତୀୟ ଶ୍ରେଷ୍ଠ ସାବ୍ୟସ୍ତ ହୋଇଛନ୍ତି। କଡ଼ା ଟକ୍କର ମଧ୍ୟରେ ଖେଳାଯାଇଥିବା ଚୂଡାନ୍ତ ପର୍ଯ୍ୟାୟରେ ମହିଳା ମାନେ ଶେଷ ସେଟ୍‌ରେ ଖରାପ କରି ହାରିଥିଲେ। ପୁରୁଷ ମାନେ କିନ୍ତୁ ଚତୁର୍ଥ ସେଟ୍‌ ଶେଷରେ ୨୨୯-୨୨୯ରେ ଟାଇ କରି ସୁଟ୍‌ ଅଫ୍‌ରେ ହାରିଥିଲେ। ସୁଟ୍‌ ଅଫ୍‌ ବେଳେ ଗତ ଥର ବିଜେତା ଭାରତ ଏବଂ କୋରିଆ ସମାନ ୨୯ ପଏଣ୍ଟ୍‌ ସ୍କୋର କରିଥିଲେ। କିନ୍ତୁ ବୁଲ୍‌ସ ଆଇ ସ୍କୋର୍‌ ଭିତ୍ତିରେ (ଭିତର ବଳୟ ୧୦) କୋରିଆ ଶୀର୍ଷ ସ୍ଥାନ ଦଖଲ କରି ନେଇଥିଲା। ପୁରୁଷ ଦଳରୁ ଅଭିଷେକ ବର୍ମା, ରଜତ ଚୌହାନ ଏବଂ ଅମନ ସାଇନି ଏବଂ ମହିଳା ଦଳରୁ ମୁସକାର କିରାର୍‌, ମଧୁସ୍ମିତା କୁମାରୀ, ସୁରେଖା ଭେନାମ ପ୍ରତିନିଧିତ୍ୱ କରିଥିଲେ। ମହିଳା ମଧ୍ୟ କୋରିଆ ପଛରେ ରହି ରୌପ୍ୟ ପଦକ ଜିତିଥିଲେ।

ସମ୍ବନ୍ଧିତ ଖବର