ବ୍ରାଜିଲ୍‌ ଓ ଜର୍ମାନି ୨-୧ରେ ଜିତିଲେ

କୋଚି/ମାର୍‌ଗାଓ: ଫିଫା ଯୁବ ବିଶ୍ୱକପ୍‌ରେ ଶନିବାର ଜର୍ମାନି ଓ ବ୍ରାଜିଲ ସମାନ ୨-୧ ଗୋଲ୍‌ ବ୍ୟବଧାନରେ ଜିତିଛନ୍ତି। ଜର୍ମାନି ସ୍ପେନ୍‌କୁ ଏବଂ ବ୍ରାଜିଲ୍‌ କୋଷ୍ଟାରିକାକୁ ହରାଇ ଅଭିଯାନ ଆରମ୍ଭ କରିଛନ୍ତି। ଗୋଆର ମାର୍‌ଗାଓଁରେ ଗ୍ରୁପ୍‌ ‘ସି’ର ଉଦଘାଟନୀ ମ୍ୟାଚରେ ଜର୍ମାନି ପ୍ରତିପକ୍ଷ କୋଷ୍ଟାରିକା ଗୋଲ୍‌ ପୋଷ୍ଟ ଉପରେ ୨୫ ସଟ୍‌ ଖେଳିଥିବାବେଳେ କୋଷ୍ଟାରିକା ୯ ଥର ଆକ୍ରମଣ କରିଥିଲା। ଜର୍ମାନି ଆଧିପତ୍ୟ ବିସ୍ତାର କରିଥିଲେ ମଧ୍ୟ ବିଜୟ ପାଇଁ ୮୯ତମ ମିନିଟ୍‌ ପର୍ଯ୍ୟନ୍ତ ଅପେକ୍ଷା କରିଥିଲା। ୨୧ ମିନିଟ୍‌ରେ ଜର୍ମାନିକୁ ଜାନ୍‌ ଫିଟ୍‌ ଆର୍ପ ଆଗୁଆ କରାଇଥିଲେ। ୬୪ତମ ମିନିଟ୍‌ରେ ଆନ୍ଦ୍ରେସ୍‌ ଗୋମେଜ୍‌ ବରାବର ସ୍ତରକୁ ନେଇ ଆସିଥିଲେ। ୮୯ତମ ମିନିଟରେ ନୋଆ ଆୟୁକୁ ବିଜୟ ସୂଚକ ଗୋଲ୍‌ଟି ଦେଇଥିଲେ। ପରବର୍ତୀ ମ୍ୟାଚ୍‌ରେ ଜର୍ମାନି ଇରାନ୍‌କୁ ଏବଂ କୋଷ୍ଟାରିକା ଗୁନିଆକୁ ଭେଟିବ। କୋଚିର ଜବାହରାଲାଲ୍‌ ନେହେରୁ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଗ୍ରୁପ୍‌ ‘ଡି’ର ଉଦ୍‌ଘାଟନୀ ମ୍ୟାଚ୍‌ରେ ବ୍ରାଜିଲ୍‌ ମଧ୍ୟ ସମାନ ୨-୧ ଗୋଲ୍‌ରେ ସ୍ପେନ୍‌କୁ ପରାସ୍ତ କରିଥିଲା। େଓ୍ଵସଲେଙ୍କ ଆତ୍ମଘାତୀ ଗୋଲ୍‌ ବଳରେ ସ୍ପେନ୍‌ ଆଗୁଆ ହୋଇଥିଲା। ୨୫ ମିନିଟ୍‌ରେ ଲିଙ୍କୋନ୍‌ ଏହାକୁ ୧-୧ ସ୍ତରକୁ ନେଇ ଆସିଥିଲେ। ପୌଲିନୋ ୪୫ତମ ମିନିଟରେ ହିଁ ବ୍ରାଜିଲ୍‌କୁ ୨-୧ରେ ଆଗୁଆ କରିଥିଲେ। ଦ୍ୱିତୀୟାର୍ଧ ଗୋଲଶୂନ୍ୟ ରହିବାରୁ ବ୍ରାଜିଲ୍‌ ବିଜୟୀ ହୋଇଥିଲା।

ସମ୍ବନ୍ଧିତ ଖବର