ବ୍ରିଲିଆଣ୍ଟ୍‌ କପ୍‌ ଫାଇନାଲ୍‌ରେ ଉଦଳା ଓ ପ୍ରଗତି ସ୍ପୋର୍ଟିଂ

ପାଣିକୋଇଲି: ବ୍ରିଲିଆଣ୍ଟ୍‌ କପ୍‌ କ୍ରିକେଟ୍‌ ପ୍ରତିଯୋଗିତାରେ ସୋମବାର ଉଦଳାର ୟୁନିକ୍‌ ଇଲେଭେନ୍‌ ୧୪ ରନ୍‌ରେ କଟକର ୟୁନିୟନ୍‌ ସ୍ପୋର୍ଟିଂକୁ ହରାଇ ଫାଇନାଲ୍‌ରେ ପହଞ୍ଚିଛି। ମନୋଜ ପାଢ଼ୀ (୪୯) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ହୋଇଥିଲେ। ଦ୍ଵିତୀୟ ସେମିଫାଇନାଲ୍‌ରେ ଭୁବନେଶ୍ୱରର ପ୍ରଗତି ସ୍ପୋର୍ଟିଂ ୨୩ ରନ୍‌ରେ କଟକର ଜୁଭେନାଇଲ୍‌ ସ୍ପୋର୍ଟିଂକୁ ହରାଇଛି। ପ୍ରଗତି ସ୍ପୋର୍ଟିଂ ୫ ଓ୍ଵିକେଟ୍‌ ହରାଇ ୧୪୬ ରନ୍‌ କରିଥିଲା। ଅଭିନବ ଘୋଷ୍‌ ୬୯ ରନ୍‌ କରିଥିଲେ। ସୌଭାଗ୍ୟ ମିଶ୍ର ୨ ଓ୍ଵିକେଟ୍‌ ନେଇଥିଲେ। ଜବାବ୍‌ରେ ଜୁଭେନାଇଲ୍‌ ୭ ଓ୍ଵିକେଟ୍‌ ହରାଇ ୧୨୩ ରନ୍‌ କରିଥିଲା। ଅଧିନାୟକ ରାମଚନ୍ଦ୍ର ବେହେରା ୪୭ ରନ୍‌ କରିଥିଲେ। ଅଭିନବ ଘୋଷଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ମଙ୍ଗଳବାର ଉଦଳା ଓ ଭୁବନେଶ୍ୱର ମଧ୍ୟରେ ଫାଇନାଲ୍‌ ମ୍ୟାଚ୍‌ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର