ଉମେଶ ସ୍ମାରକୀ ଚେସ୍‌: ପ୍ରଭାତ ବିଜେତା

ଭୁବନେଶ୍ୱର: ଓଡ଼ିଶା ଚେସ୍‌ ସଂଘ ଆନୁକୂଲ୍ୟରେ ନୟାପଲ୍ଲୀସ୍ଥିତ ଅନ୍ନପୂର୍ଣ୍ଣା ହୋଟେଲରେ ଆୟୋଜିତ ଷଷ୍ଠ ଉମେଶ ଚନ୍ଦ୍ର ମିଶ୍ର ସ୍ମାରକୀ ରାଜ୍ୟ ଚେସ୍‌ ପ୍ରତିଯୋଗିତା ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ପ୍ରଭାତ କୁମାର ଓଝା ବିଜେତା ହୋଇଥିଲା ବେଳେ ପ୍ରକାଶ ଚନ୍ଦ୍ର ସାହୁ, ଗୋପାଂଶୁ ମେହେର, ଅମରେନ୍ଦ୍ର ଖମାରି, ଦୟାନିଧି ରାଉତ, ପ୍ରହ୍ଲାଦ କୁମାର ଗଡ଼ନାୟକ, ଅବିନାଶ ବଳିୟାରସିଂହ, ପ୍ରବୋଧ କୁମାର ମିଶ୍ର, ଧୀରେନ୍ଦ୍ର କୁମାର ଦାସ, ବୀରକିଶୋର ବେହେରା, ଏମ୍‌ ରଂଜନ, କେ ଅନୁରାଗ, ବୃନ୍ଦାବନ ସାହୁ, ଗଦାଧର ସ୍ୱାଇଁ, ରମେଶ ଚନ୍ଦ୍ର ସେଠୀ, ସଂଜୟ ରଥ, ବଂଶୀଧର ଭୋଇ, ରାଘୁନାଥ ମହାପାତ୍ର, ସୁରେଶ ଚନ୍ଦ୍ର ନାୟକ, ଅରୁଣ ଶଙ୍କର ତ୍ରିପାଠୀ, ଅମଲ ଚନ୍ଦ୍ର ଦାଶ, ରଘୁନାଥ ମହାନ୍ତି, ଶରତ ଚନ୍ଦ୍ର ରାଓ ଏବଂ ପ୍ରଭାତ କୁମାର ମାର୍ଥା ଶ୍ରେଷ୍ଠ ୨୫ ମଧ୍ୟରେ ରହି ପୁରସ୍କୃତ ହୋଇଥିଲେ। ଅନ୍ୟାନ୍ୟ ବର୍ଗରେ ସ୍ୱର୍ଣ୍ଣଲତା ତ୍ରିପାଠୀ, ସ୍ୱିତଲିନା ପଣ୍ଡା, କସ୍ତୁରୀ ପଟ୍ଟନାୟକ, ବାହାଦୂର ପାତ୍ର, ଅଶୋକ କୁମାର ମହାନ୍ତି, ସୁଶୀଲ କୁମାର ମିଶ୍ର, ରୋହିତା ମଲ୍ଲିକ, ଦୀନଶ୍ରୀ ଷଡ଼ଙ୍ଗୀ, ଆନିନ୍ଦ୍ୟ ରାଜଗୁରୁ, ଉଦୟ ପରିଡ଼ା, ମନୀଷ ବେହେରା, ସାର୍କ ସେଠୀ, ଆର୍ଯ୍ୟନ୍‌ ରାଜଗୁରୁ, ପାର୍ଥ ପ୍ରୀତମ ନାୟକ, ଗୁରୁଦେବ ବେହେରା, ଅମିତ ରାଜଗୁରୁ, ଯଶସ୍ୱନୀ ଷଡ଼ଙ୍ଗୀ ଏବଂ ଦେବବ୍ରତ ମହାରଣା ପ୍ରଥମ ତିନି ସ୍ଥାନରେ ରହି ପୁରସ୍କାର ପାଇଥିଲେ।

ଉଦ୍‌ଯାପନୀ ଉତ୍ସବରେ ଅଭିନେତା ଗୋପାଳ ଶର୍ମା, ଓଡ଼ିଶା ରାଜ୍ୟ ସଂଘର ଉପସଭାପତି ଅରାତି ବିଜୟ ମହାନ୍ତି, ଓଡ଼ିଶା ଚେସ୍‌ ସଂଘର ସମ୍ପାଦିକା ସବିତା ତ୍ରିପାଠୀ ଏବଂ ଉମେଶ ଚନ୍ଦ୍ର ମିଶ୍ର ସ୍ମାରକୀ ସଭାପତି ତରୁଣ ଶଙ୍କର ତ୍ରିପାଠୀ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର