ଋଷିଆକୁ ୩-୦ରେ ହରାଇଲା ଉରୁଗୁଏ, ସାଉଦିଠାରୁ ୨-୧ ଗୋଲରେ ହାରିଲା ଇଜିପ୍ଟ

0 99

ମସ୍କୋ : ବିଶ୍ୱକପ ଫୁଟବଲରେ ଏକ ମ୍ୟାଚରେ ଉରୁଗୁଏ ଘରୋଇ ଦଳ ଋଷିଆକୁ ୩-୦ ଗୋଲରେ ପରାସ୍ତ କରିଛି । ଉରୁଗୁଏ ପକ୍ଷରୁ ସୁଆରେଜ୍‌ ଏକ ଫ୍ରି କିକ୍‌ କୁ ଗୋଲରେ ପରିବର୍ତ୍ତନ କରି ଦଳକୁ ପ୍ରଥମ ସଫଳତା ଦେଇଥିଲେ । ଦ୍ୱିତୀୟ ଗୋଲଟି ଲାକ୍ସାଲ୍ଟ ଦେଇଥିଲେ । ମ୍ୟାଚ ଶେଷ ହେବାକୁ ଅଳ୍ପ କିଛି ମିନିଟ ବାକିଥିବାବେଳେ କାଭାନି ୩ୟଗୋଲ ଦେଇ ଉରୁଗୁଏର ବିଜୟ ବ୍ୟବଧାନକୁ ବଢାଇଦେଇଥିଲେ । ଏହି ବିଜୟ ସହ ଉରୁଗୁଏ ଗ୍ରୁପ-ଏ ରେ ପ୍ରଥମ ସ୍ଥାନରେ ପହଞ୍ଚି ନକକାଉଟ ସ୍ତରକୁ ଯାଇଛି । ସେହିପରି ଋଷିଆ ଗ୍ରୁପ-ଏ ର ୨ୟ ସ୍ଥାନରେ ରହି ମଧ୍ୟ ନକଆଉଟ ପର୍ଯ୍ୟାୟକୁ ଯାଇଛି । ଉରୁଗୁଏ ୯ ପଏଣ୍ଟ ପାଇଥିବାବେଳେ ଋଷିଆ ୬ ପଏଣ୍ଟ ପାଇଛି । ଉଭୟ ଦଳ ନିଜ ନିଜର ପ୍ରଥମ ମ୍ୟାଚ ଜିତି ଥିଲେ । ଗ୍ରୁପ-ଏର ଅନ୍ୟ ଏକ ମ୍ୟାଚରେ ସାଉଦି ଆରବ ଇଜିପ୍ଟକୁ ୨-୧ ଗୋଲରେ ପରାସ୍ତ କରିଛି । ୧୯୯୪ ପରେ ସାଉଦି ଆରବ ବିଶ୍ୱକପରେ ପ୍ରଥମ ବିଜୟ ହାସଲ କରିଛି । ଆଜିର ପରବର୍ତ୍ତି ଦୁଇଟି ମ୍ୟାଚରେ ସ୍ପେନ ମରୋକ୍କୋକୁ ଓ ଇରାନ ପର୍ତ୍ତୁଗାଲକୁ ଭେଟିବ ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.