ଉତ୍କଳ ଓପନ୍ ଟେନିସ୍: ଦୁଇଟି ଫାଇନାଲରେ ଅଂଶୁ

ଭୁବନେଶ୍ବର: ଅଂଶୁ କୁମାର ଭୂୟାଁ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଷଷ୍ଠ ଉତ୍କଳ ଓପନ୍ ଟେନିସ୍ ପ୍ରତିଯୋଗିତାର ଉଭୟ ପୁରୁଷ ଏକକ ଏବଂ ଯୁଗଳର ଫାଇନାଲରେ ପ୍ରବେଶ କରିଛନ୍ତି। ଅଂଶୁ ଏକକ ଫାଇନାଲରେ ଆଦିତ୍ୟ ଶତପଥୀଙ୍କୁ ଭେଟିବେ। ପ୍ରଥମ ସେମିଫାଇନାଲରେ ସେ ୬-୧, ୬-୨ରେ ଆଶୁତୋଷ ଦାସଙ୍କୁ ହରାଇଥିଲେ। ଅନ୍ୟପକ୍ଷରେ ଆଦିତ୍ୟ ୬-୨, ୬-୧ରେ ଅଜୟ କୁମାର ନିଶାଙ୍କଙ୍କୁ ପରାସ୍ତ କରିଥିଲେ। ପୁରୁଷ ଯୁଗଳରେ ଅଂଶୁ ଓ ଆଦିତ୍ୟ ଯୋଡ଼ି ଅଜୟ କୁମାର ନିଶାଙ୍କ ଏବଂ ଅନୁରାଗ ଶରଣଙ୍କୁ ୬-୦, ୭-୬ (୧)ରେ ପରାସ୍ତ କରି ଫାଇନାଲରେ ସ୍ଥାନ ସୁରକ୍ଷିତ କରି ନେଇଥିଲେ। ଫାଇନାଲରେ ଅଂଶୁ-ଆଦିତ୍ୟ ଖୋର୍ଧାର ଶତୀର୍ଥ ଶତପଥୀ ଏବଂ ଆଶୁତୋଷ ଦାସଙ୍କୁ ଭେଟିବେ। ଶତୀର୍ଥ-ଆଶୁ‌ତୋଷ ଅନ୍ୟଏକ ସେମିଫାଇନାଲରେ ସନ୍ତୋଷ କୁମାର ମଲ୍ଲିକ ଓ ଦିଲୀପ ମହାନ୍ତିଙ୍କୁ ୬-୩, ୪-୬ରେ ହରାଇ ଫାଇନାଲ ଟିକେଟ ହାସଲ କରିଥିଲେ। ମହିଳା ଏକକ ଫାଇନାଲରେ ଋତୁପର୍ଣ୍ଣା ଚୌଧୁରୀଙ୍କୁ ଅମିକ କିରଣ ବାଥ୍ ଭେଟିବେ। ୧୪ ବର୍ଷରୁ କମ୍ ବାଳକ ଫାଇନାଲରେ ଷ୍ଟିଭେନ ଅଙ୍କିତ ଏକ୍କା ଓ ଦେବବ୍ରତ ପ୍ରଧାନ ମୁହାଁମୁହିଁ ହେବେ। ୧୪ ବର୍ଷରୁ କମ୍ ବାଳିକାରେ ଆଲିନା ସୟଦଙ୍କୁ ସୋହିନୀ ଏସ୍ ମହାନ୍ତି ‌ଭେଟିବେ।

ସମ୍ବନ୍ଧିତ ଖବର