ଉତ୍କଳ କରାଟେ ସ୍କୁଲ୍‌ରେ ଗ୍ରେସିବରା ବ୍ରାଜିଲୀୟ ଜୁ ଜୁତ୍‌ସୁ ପ୍ରଶିକ୍ଷଣ ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱର ଉତ୍କଳ କରାଟେ ସ୍କୁଲ୍‌ଠାରେ ବୁଧବାରଠୁ ଗ୍ରେସବରା ବ୍ରାଜିଲୀୟ ଜୁ ଜୁତ୍‌ସୁ ପ୍ରଶିକ୍ଷଣ ଆରମ୍ଭ ହୋଇଛି। ପ୍ରତିଦିନ ବ୍ଲାକ୍‌ ବେଲ୍ଟ ପ୍ରାପ୍ତ ବ୍ରାଜିଲର ଓ୍ଵାଲ୍‌ଟର ଜେମ୍‌ସ ଏହି ପ୍ରଶିକ୍ଷଣ ଦେବେ। ଓଡ଼ିଶାରେ ପ୍ରଶିକ୍ଷଣ ଦେବାକୁ ଜେମ୍‌ସ ଆଗ୍ରହ ଦେଖାଇଥିବାରୁ ଉତ୍କଳ କରାଟେ ସ୍କୁଲ ତାଙ୍କୁ ପ୍ରଶିକ୍ଷକ ଭାବେ ନିଯୁକ୍ତ କରିଛି। ଅତ୍ମରକ୍ଷା ପାଇଁ ଶାରୀରିକ ସୁସ୍ଥତା, ଏମ୍‌ଏମ୍‌ଏ ଫାଇଟିଂ, ଷ୍ଟ୍ରିଟ୍‌ ଫାଇଟିଂ ନିମନ୍ତେ ବ୍ରାଜିଲୀୟ ଜୁ ଜୁତ୍‌ସୁର ଗୁରୁତ୍ୱ ମହତ୍ୱପୂର୍ଣ୍ଣ ରହିଛି। ଫଳରେ ଉତ୍କଳ କରାଟେ ସ୍କୁଲ୍‌ରେ ଏମ୍‌ଏମ୍‌ଏ କେଜ୍‌, ବକ୍ସିଂ ରିଙ୍ଗ୍‌, ଷ୍ଟ୍ରଙ୍ଗ୍‌ ଉପକରଣ, କ୍ରସ୍‌ ଫିଟ୍‌ ସହ ଏହି ବ୍ରାଜିଲୀୟ ଜୁ ଜୁତ୍‌ସୁ ସମ୍ମିଶ୍ରଣରେ ଏଠାରୁ ବହୁ ଉଚ୍ଚକୋଟୀର ଯୋଦ୍ଧା ବାହାର କରାଯାଇ ପାରିବ ବୋଲି ଉତ୍କଳ କରାଟେ ସ୍କୁଲ୍‌ର ପ୍ରତିଷ୍ଠାତା ହରି ପ୍ରସାଦ ପଟ୍ଟନାୟକ କହିଛନ୍ତି। ଗତ ୨ ବର୍ଷ ହେଲା ଜାତୀୟ ଜୁ ଜୁତ୍‌ସୁ ପ୍ରତିଯୋଗିତାରେ ଉତ୍କଳ କରାଟେ ସ୍କୁଲ ଅନେକ ପଦକ ପାଇଛି। ଏଥି ସହ ପ୍ରିୟଦର୍ଶିନୀ ଘଟୁଆରୀ ଏବଂ ସତ୍ୟ ବେଉରିଆ ଇଣ୍ଡୋନେସିଆରେ ହେବାକୁଥିବା ଏସୀୟ କ୍ରୀଡ଼ାର ଜୁ ଜୁତ୍‌ସୁ ପ୍ରତିଯୋଗିତାରେ ଭାଗନେବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି।

ସମ୍ବନ୍ଧିତ ଖବର