ଉତ୍କଳ ଓପନ୍ ଟେନିସ୍ ୧୧ରୁ

୪୫୦ ଖେଳାଳି, ୨ ଲକ୍ଷ ପୁରସ୍କାର

ଭୁବନେଶ୍ବର: ଏସ୍ ଟେନିସ୍ କ୍ଲବ୍ ଆନୁକୂଲ୍ୟରେ ଆୟୋଜିତ ଉତ୍କଳ ଓପନ୍ ଟେନିସ୍ ପ୍ରତିଯୋଗିତାର ଷଷ୍ଠ ସଂସ୍କରଣ ଆସନ୍ତା ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ୍ ଟେନିସ୍ କଂପ୍ଲେକ୍ସଠାରେ ଖେଳାଯିବ। ଚଳିତ ବର୍ଷ ଏହି ପ୍ରତିଯୋଗିତା ପୁରୁଷ ଏକକ ଓ ଯୁଗଳ, ବାଳକ (୧୪ ବର୍ଷରୁ କମ୍), ବାଳିକା (୧୪ ବର୍ଷରୁ କମ୍), ମହିଳା ଏକକ, ପୁରୁଷ ବୟସ୍କ ୪୦ ବର୍ଷରୁ ଅଧିକ ଯୁଗଳ,୫୦ ବର୍ଷରୁ ଅଧିକ ଯୁଗଳ ଏବଂ ୬୦ ବର୍ଷରୁ ଅଧିକ ଯୁଗଳ ଏହି ଭଳି ୮ ଇଭେଣ୍ଟରେ ଅନୁଷ୍ଠିତ‌ ହେବ। ପ୍ରତିଯୋଗିତା ଲାଗି ମୋଟ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ରାଖାଯାଇଛି। ଏଥିରେ ଭାଗନେବାକୁ ଇଚ୍ଛୁକ ଖେଳାଳିମାନେ ପ୍ରତିଯୋଗିତା ରେଫରି ଯତୀନ ବତ୍ସ୍ୟ (୯୪୩୭୦ ୬୦୬୫୩)ଙ୍କ ସହ ଯୋଗାଯୋଗ କରି ଆସନ୍ତା ୯ ତାରିଖ ସଂଧ୍ୟା ୬ଟା ସୁଦ୍ଧା ନିଜ ନାମ ପଞ୍ଜୀକରଣ କରି ପାରିବେ। ପୁରୁଷ ଓ ମହିଳା ଏକକ ପାଇଁ ଖେଳାଳିମାନଙ୍କୁ ୩୦୦ ଏବଂ ବାଳକ ଓ ବାଳିକା ଏକକ ପାଇଁ ୨୦୦ ଟଙ୍କା ଲେଖାଏଁ ପ୍ରବେଶିକା ଦେୟ ଦେବାକୁ ପଡ଼ିବ। ଅନ୍ୟ ସମସ୍ତ ବର୍ଗ ପାଇଁ ପ୍ରବେଶିକା ଦେୟ ୫୦୦ ଟଙ୍କା ରଖା ଯାଇଛି। ଚଳିତ ବର୍ଷ ପ୍ରତିଯୋଗିତାରେ ମୋଟ ୪୫୦ ଖେଳାଳି ଅଂଶ ଗ୍ରହଣ କରିବେ ବ‌ୋଲି ସୋମବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଆୟୋଜନ ସମିତି ଅଧ୍ୟକ୍ଷ ବିଶ୍ବଜିତ ମିଶ୍ର ପ୍ରକାଶ କରିଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଏସ୍ ଟେନିସ୍ କ୍ଲବର ସଭାପତି ପ୍ରକାଶ ଚନ୍ଦ୍ର ଭୂରା, ସଂପାଦକ ନବରତନ ବୋଥ୍ରା, ଯୁଗ୍ମ ସଂପାଦକ ଗୌରବ ଦାସ, କାର୍ଯ୍ୟକାରିଣୀ ସଦସ୍ୟ ରିତେଶ ରାଏ, ଧୀରଜ ପଣ୍ଡା, ଦୀପକ କୁମାର ନାୟକ, ପରେଶ କୁମାର ସିଂହ, ବିଜୟ କୁମାର ଜେନା, ପ୍ରଶାନ୍ତ ପାତ୍ର ଓ ପ୍ରଶାନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର