ଉତ୍କଳ ବିଶ୍ୱବିଦ୍ୟାଳୟ ଅନ୍ତଃମହାବିଦ୍ୟାଳୟ ବ୍ୟାଡ୍‌ମିଣ୍ଟନ୍‌: ପୁରୁଷରେ ଜିସିପି, ମହିଳାରେ ବିଜେବି ବିଜେତା

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ କ୍ରୀଡା ପରିଷଦ ଆନୁକୂଲ୍ୟରେ ଆୟୋଜିତ ଉତ୍କଳ ବିଶ୍ୱବିଦ୍ୟାଳୟ ଅନ୍ତଃମହାବିଦ୍ୟାଳୟ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାର ପୁରୁଷରେ ଜିସିପି ଏବଂ ମହିଳାରେ ବିଜେବି ବିଜେତା ହୋଇଛି। ମଙ୍ଗଳବାର ମହିଳା ଫାଇନାଲରେ ବିଜେବି ୨-୦ରେ ରିଜିଓନାଲ କଲେଜ ଅଫ୍‌ ଏଜୁକେସନ (ଆରଆଇଇ)କୁ ଏବଂ ପୁରୁଷରେ କଳିଙ୍ଗ ଷ୍ଟାଡିୟମସ୍ଥିତ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ (ଜିସିପି) ୩-୧ରେ ରିଜିଓନାଲ କଲେଜ ଅଫ୍‌ ଏଜୁକେସନ (ଆରଆଇଇ)କୁ ହରାଇଥିଲା। ଗତ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ୧୨ ମହିଳା ଓ ୩୧ ପୁରୁଷ ଦଳ ଭାଗ ନେଇଥିଲେ।

ଉଦ୍‌ଯାପନୀ ଉତ୍ସବରେ କ୍ରୀଡ଼ା ପରିଷଦର ନିର୍ଦେଶକ ପ୍ରଫେସର କବୀର ମୋହନ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ରୀଡ଼ା ପରିଷଦର ଶାରୀରିକ ଶିକ୍ଷା ଅଧିକାରୀ ଅମ୍ବିକା ପ୍ରସାଦ ରାୟ, ପ୍ରମୋଦ କୁମାର ନାୟକ, ପ୍ରତିଯୋଗିତା ସଂଯୋଜକ ଦକ୍ଷ ବ୍ରହ୍ମା ରାଉତରାୟ, ବେଣୁଧର ଦାସ, ଚତୁର୍ଭୁଜ ଜେନା, ବିଶ୍ୱବିଦ୍ୟାଳୟ ଦଳର ଚୟନକର୍ତା ରବି ନାରାୟଣ ପ୍ରଧାନ, ମନୋଜ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ। ପ୍ରତିଯୋଗିତାକୁ ଦେବାଶିଷ ମିଶ୍ର, ଆଶିଷ କୁମାର ସେଠୀ, ସୁନୀଲ ବେହେରା ଓ ବିଶ୍ୱରଞ୍ଜନ ଦାସ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର