ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଚତୁର୍ଥ ଦିନରେ ଭାରତକୁ ୪ର୍ଥ ସ୍ୱର୍ଣ୍ଣ ଦେଲେ ଭେଙ୍କଟ ରାହୁଲ

ଗୋଲଡ୍‌କୋଷ୍ଟ: ଅଷ୍ଟ୍ରେଲିଆର ଗୋଲଡ୍‌କୋଷ୍ଟ ଠାରେ ଚାଲିଥିବା ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ୪ର୍ଥ ସ୍ୱର୍ଣ୍ଣ ପଦକ ମିଳିଛି। ଖେଳକୁମ୍ଭର ୪ର୍ଥ ଦିନରେ ଭାରତର ଭାରୋତ୍ତଳକ ଆର. ଭେଙ୍କଟ ରାହୁଲ ସ୍ୱର୍ଣ୍ଣ ପଦକ ଆଣିଛନ୍ତି। କରାରା ସ୍ପେଟର୍ସ ଏରିନା-୧ରେ ଆୟୋଜିତ ପ୍ରତିଯୋଗିତାରେ କ୍ଳିନ ଓ ଜାର୍କରେ ସମୁଦାୟ ୩୩୮ କିଲୋଗ୍ରାମ ଭାର ଉଠାଇ ସେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହି ପ୍ରତିଯୋଗିତାରେ ସାମୋଆର ଡନ ଓପେଲୋଗେ ରୌପ୍ୟ ପଦକ(୩୩୧ କିଲୋ) ଓ ମାଲେସିଆର ମହମ୍ମଦ ଫାଜରୁଲ ଅଜେରୀ ମୋହଦାଦଙ୍କୁ କାଂସ୍ୟ ପଦକ ହାସଲ କରିଛନ୍ତି। ମହମ୍ମଦ ସମୁଦାୟ ୩୨୮ କିଲୋଗ୍ରାମ ଭାର ଉଠାଇଛନ୍ତି।

ଏହା ପୂର୍ବରୁ ଶନିବାର ଗୋଲଡ୍‌କୋଷ୍ଟରେ େଓ୍ଵଟଲିଫ୍ଟର ସତୀଶ ଶିବଲିଙ୍ଗମ ପୁରୁଷ ୭୭ କିଲୋଗ୍ରାମ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସତୀଶ ସ୍ନେଚରେ ୧୪୪ ସର୍ବଶ୍ରେଷ୍ଠ ଭାର ଉଠାଇ ଥିଲେ। ସେ କ୍ଲିନ ଓ ଜାର୍କରେ ୧୭୩ ସର୍ବଶ୍ରେଷ୍ଠ ଭାର ଉଠାଇ ଥିଲେ। ତାଙ୍କର ସମୁଦାୟ ସ୍କୋର ଥିଲା ୩୧୭। କ୍ଲିନ ଓ ଜାର୍କରେ ତାଙ୍କୁ ତୃତୀୟ ଉଦ୍ୟମ କରିବାକୁ ପଡ଼ି ନଥିଲା। ଏଥି ସହିତ ଭାରତକୁ ୪ଟି ସ୍ୱର୍ଣ୍ଣ ପଦକ, ଗୋଟିଏ ରୌପ୍ୟ ପଦକ ଓ ଗୋଟିଏ କାଂସ୍ୟ ପଦକ ମିଳିଛି। ଭାରତ ଏହି ସବୁ ପଦକ େଓ୍ଵଟଲିଫଟିଙ୍ଗରେ ଜିତିଛି।

ସମ୍ବନ୍ଧିତ ଖବର