ବିଜୟ ହଜାରେ ଟ୍ରଫି : ପରାଜୟ ସହ ଓଡ଼ିଶା ଅଭିଯାନ ଶେଷ

କଟକ : ପରାଜୟ ସହ ବିଜୟ ହଜାରେ ଟ୍ରଫିରେ ଓଡ଼ିଶାର ଅଭିଯାନ ଶେଷ ହୋଇଛି। ବୁଧବାର ଶେଷ ମ୍ୟାଚ୍‌ରେ ଓଡ଼ିଶା ୫ ଵିକେଟରେ ଉତ୍ତରପ୍ରଦେଶ ନିକଟରୁ ପରାସ୍ତ ହୋଇଛି। ଏହି ପରାଜୟ ଫଳରେ ଓଡ଼ିଶା ପ୍ରତିଯୋଗିତାରେ ମୋଟ ୮ ମ୍ୟାଚ୍‌ରୁ ୩ ବିଜୟ ଓ ୪ ପରାଜୟ ସହ ୧୪ ପଏଣ୍ଟରେ ସନ୍ତୁଷ୍ଟ ରହିଛି। ପ୍ରତିଯୋଗିତା ଆରମ୍ଭରୁ ହିମାଚଳ ପ୍ରଦେଶକୁ ୩ ରନ୍‌ରେ, ମହାରାଷ୍ଟ୍ରକୁ ୩ ଵିକେଟରେ ଓ ବିଦର୍ଭକୁ ୩୨ ରନ୍‌ରେ ହରାଇଥିବା ଓଡ଼ିଶା ପରେ ହରିଆଣାଠୁ ୪ ଵିକେଟରେ, ଦିଲ୍ଲୀଠୁ ୬୩ ରନ୍‌ରେ, ବରୋଦାଠୁ ୯ ଵିକେଟରେ ହାରିଯାଇଥିଲା। ପଞ୍ଜାବ ବିପକ୍ଷ ମ୍ୟାଚ୍‌ ବର୍ଷା ଯୋଗୁଁ ଧୋଇ ଯାଇଥିଲା।

ବୁଧବାର ଶେଷ ମ୍ୟାଚ୍‌ରେ ଉତ୍ତରପ୍ରଦେଶ ଟସ୍‌ ଜିତି ବୋଲି˚ କରିଥିଲା। ଓଡ଼ିଶା ୪୧.୪ ଓଭରରେ ସମସ୍ତ ଵିକେଟ ହରାଇ ୧୨୮ ରନ୍‌ ରନ୍‌ କରିଥିଲା। ସ୍ବସ୍ତିକ ସାମଲ ୧୨, ଦେବାଶିଷ ସାମନ୍ତରାୟ ୨୪, ଶୁଭ୍ରା˚ଶୁ ସେନାପତି ୩୧, ଗୋବିନ୍ଦ ପୋଦ୍ଦାର ୨୪, ଅଭିଷେକ ରାଉତ ୧୫* ରନ୍‌ କରିଥିଲେ। ବିପକ୍ଷ ଦଳର ମୋହସିନ ଖାନ୍‌ ୬ ଵିକେଟ ଅକ୍ତିଆର କରିଥିଲେ। ଜବାବରେ ୧୨୯ ରନ୍‌ର ଲକ୍ଷ୍ୟକୁ ଉତ୍ତରପ୍ରଦେଶ ୨୯.୩ ଓଭରରେ ୫ ଵିକେଟ ବିନିମୟରେ ହାସଲ କରିଥିଲା। ଓଡ଼ିଶା ପାଇଁ ସୂର୍ଯ୍ୟକାନ୍ତ ପ୍ରଧାନ ୨, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ପପୁ ରଏ ଗୋଟିଏ ଲେଖାଏଁ ଵିକେଟ ପାଇଥିଲେ।

ସମ୍ବନ୍ଧିତ ଖବର