ଶଙ୍କର ଉଲ୍ଲସିତ

ନୂଆଦିଲ୍ଲୀ: ଭାରତୀୟ ବିଶ୍ବକପ୍‌ ଦଳରେ ସ୍ଥାନ ପାଇବା ପରେ ଅଲରାଉଣ୍ଡର୍‌ ବିଜୟ ଶଙ୍କର ଉଲ୍ଲସିତ ହୋଇପଡ଼ିଛନ୍ତି। ଭାରତୀୟ ଦଳର ୪ ନମ୍ବର ସ୍ଥାନରେ କିଏ ବ୍ୟାଟିଂ କରିବ ଏହି ବିତର୍କର ଅବସାନ ମଧ୍ୟ ଘଟିଛି। ଶଙ୍କର ହିଁ ଦଳର ୪ ନମ୍ବରରେ ବ୍ୟାଟିଂ କରିବେ ବୋଲି ଚୟନକର୍ତାମାନେ ସ୍ପଷ୍ଟ କରି ଦେଇଛନ୍ତି। ‘ବିଶ୍ବକପ୍‌ ଦଳରେ ଚୟନ ନେଇ ମୁଁ ଆଶା ରଖିଥିଲି। ଘୋଷଣା ପୂର୍ବରୁ ହିଁ ଟେଲିଭିଜନ୍‌ ସୁଇଚ୍ ଅନ୍ କରିଥିଲି। ମୋ ନାଁ ପଢ଼ାଯିବା ବେଳେ ମୁଁ ଅତ୍ୟନ୍ତ ଖୁସୀ ହୋଇଯାଇଥିଲି’ ବୋଲି ଶଙ୍କର ପ୍ରକାଶ କରିଛନ୍ତି। ମୁଁ ଏବେ ବହୁତ ଖୁସୀ। ବିଶ୍ବକପ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚେଷ୍ଟା କରିବି। କୋହଲିଙ୍କ ଅଧିନରେ ଖେଳିବାକୁ ମୁଁ ଉତ୍ସାହିତ ବୋଲି ଶଙ୍କର ପ୍ରକାଶ କରିଛନ୍ତି। ମୋ ସ୍ବପ୍ନ ସାକାର ହେବାକୁ ଯାଉଛି। ପ୍ରଥମ ଥର ବିଶ୍ବକପ୍‌ ପଦାର୍ପଣ କରିବା ମୋତେ ଉଲ୍ଲସିତ କରିଛି’ ବୋଲି ପ୍ରକାଶ କରିଛନ୍ତି ଏହି ତାମିଲନାଡୁ କ୍ରିକେଟର୍। ଏଥି ସହିତ ଗୋଟିଏ ବର୍ଷ ଭିତରେ ହିଁ ଶଙ୍କର ଦିନିକିଆ ପଦାର୍ପଣ କରି ବିଶ୍ବକପ୍‌ ଖେଳିବାର ସୁଯୋଗ ପାଇଛନ୍ତି। ଜାନୁଆରିରେ ମେଲବର୍ନରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ପଦାର୍ପଣ କରିଥିଲେ। ଅଦ୍ୟାବଧି ଦେଶ ପାଇଁ ସେ ୯ ଲେଖାଏଁ ଦିନିକିଆ ଏବଂ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ଖେଳିଛନ୍ତି। ତାମିଲନାଡୁ ପାଇଁ ଘରୋଇ କ୍ରିକେଟ୍ ‌ଖେଳୁଥିବା ଶଙ୍କର ମୋଟ ୪୧ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଅଭିଜ୍ଞତା ରଖିଛନ୍ତି। ଆଇପିଏଲ୍‌ରେ ସେ ସମ୍ପ୍ରତି ସନ୍‌ରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳୁଛନ୍ତି।

ସମ୍ବନ୍ଧିତ ଖବର