ବିଜୟ ହଜାରେ ଟ୍ରଫି, ଓଡ଼ିଶା ୧ ରନ୍‌ରେ ହାରିଲା

ଅନୁରାଗ, ବିପ୍ଲବ, ଅଭିଷେକଙ୍କ ଅର୍ଧଶତକ

କଟକ: ବିଜୟ ହଜାରେ ଟ୍ରଫିର ଏକ ରୋମାଞ୍ଚକ ମ୍ୟାଚ୍‌ରେ ଓଡ଼ିଶା ମାତ୍ର ୧ ରନ୍‌ରେ ମଧ୍ୟପ୍ରଦେଶଠୁ ହାରିଯାଇଛି। ଶେଷ ଓଭରରେ ଓଡ଼ିଶାକୁ ବିଜୟ ପାଇଁ ୧୨ ରନ୍‌ ଆବଶ୍ୟକ ହେଉଥିବା ବେଳେ ଅଭିଷେକ ରାଉତ ଓ କୃଷ୍ଣ ପଲେଇ ୧୦ ରନ୍‌ କରିପାରିଥିଲେ। ପଞ୍ଚମ ବଲ୍‌ରେ ଅଭିଷେକ ଛକା ମାରି ଅର୍ଧଶତକ (୫୫*) ପୂରଣ କରିଥିଲେ। ଶେଷ ବଲ୍‌ରେ ୩ ରନ୍‌ ଆବଶ୍ୟକ ହେଉଥିଲା‌େବଳେ ୧ ରନ୍‌ ହେବାରୁ ଓଡ଼ିଶା ୧ ରନ୍‌ରେ ମ୍ୟାଚ୍‌ ହାରିଯାଇଥିଲା। ଅକ୍ଟୋବର ୨ ତାରିଖରେ ଓଡ଼ିଶାର ମୁକାବିଲା ଛତିଶଗଡ଼ ସହିତ ହେବ। ନୂଆଦିଲ୍ଲୀର ପାଲାମ ପଡ଼ିଆରେ ମଧ୍ୟପ୍ରଦେଶ ଟସ୍‌ ଜିତି ବ୍ୟାଟି˚ କରିଥିଲା। ଦୀପକ ବେହେରା ଅଷ୍ଟମ ଓଭରରେ ନମନ ଓଝା (୧୨)ଙ୍କୁ ଆଉଟ୍‌ କରି ଓଡ଼ିଶାକୁ ପ୍ରଥମ ସଫଳତା ଦେଇଥିଲେ। ପଛକୁ ପଛ ରଜତ ପଟିଦାର (୨୮) ଓ ରମିଜ ଖାନ୍‌ (୧୯)ଙ୍କ ଵିକେଟ ଝଡ଼ିଯିବାରୁ ମଧ୍ୟପ୍ରଦେଶ ଚାପରେ ଆସିଯାଇଥିଲା। ତେବେ ୟଶ ଦୁବେ ଓ ଅଂଶୁଲ ତ୍ରିପାଠୀଙ୍କ ମଧ୍ୟରେ ହୋଇଥିବା ୮୫ ରନ୍‌ର ଭାଗୀଦାରି ଦଳର ସ୍ଥିତି ସୁଧାରି ନେଇଥିଲା। ଅର୍ଧଶତକ ଅର୍ଜନ କରିଥିବା ଅଂଶୁଲ (୫୨)ଙ୍କୁ ବିପ୍ଲବ ସାମନ୍ତରାୟ ଆଉଟ କରି ଏହି ଯୋଡ଼ି ଭାଙ୍ଗିଥିଲେ। ବଡ଼ ସ୍କୋର୍‌ ଆଡକୁ ଅଗ୍ରସର ହେଉଥିବା ୟଶ ୭୫ ରନ୍‌ କରିଥିବା ସମୟରେ ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ଦ୍ବାରା ବୋଲ୍ଡ ହୋଇଥିଲେ। ଭେଙ୍କଟେଶଙ୍କୁ ୪୬ ରନ୍‌ରେ ଗୋବିନ୍ଦ ପୋଦ୍ଦାର ଆଉଟ କରିଥିଲେ। ଶେଷକୁ ମଧ୍ୟପ୍ରଦେଶ ୪୯.୩ ଓଭରରେ ସମସ୍ତ ଵିକେଟ ହରାଇ ୨୭୭ରନ୍‌ କରିଥିଲା।

ଜବାବରେ ରାଜେଶ ଧୂପର ଓ ଅନୁରାଗ ଷଡ଼ଙ୍ଗୀ ପଡ଼ିଆକୁ ଓହ୍ଲାଇଥିଲେ। ହେଲେ ଦ୍ବିତୀୟ ଓଭରରେ ଧୂପର ଓ ଷଷ୍ଠ ଓଭରରେ ଅଧିନାୟକ ଗୋବିନ୍ଦ ଆଉଟ୍‌ ହୋଇ ଯିବାରୁ ଦଳ ଦଳ ଚାପରେ ପଡ଼ିଥିଲା। ଅନୁରାଗ ଷଡ଼ଙ୍ଗୀ ଓ ବିପ୍ଲବ ସାମନ୍ତରାୟ ତୃତୀୟ ଵିକେଟ୍‌ରେ ସ˚ଘର୍ଷପୂର୍ଣ୍ଣ ୧୨୬ ରନ୍‌ ଯୋଡ଼ିଥିଲେ। ବିପ୍ଲବ ୫୩ ରନ୍‌ରେ ପାଭିଲିଅନ୍‌ ଫେରିଥିଲେ। ଦୁଇଟି ବଲ୍‌ ବ୍ୟବଧାନରେ ଭଲ ଫର୍ମରେ ଥିବା ଅନୁରାଗ ୭୮ ଓ ଆଉ ଦୁଇଟି ବଲ୍‌ ପରେ ସୁଜିତ ଲେଙ୍କା ୧ରନ୍‌ରେ ଆଉଟ ହୋଇ ପୁଣି ଦଳକୁ ସଂକଟରେ ପକାଇଥିଲେ। ତେବେ ସପ୍ତମ ସ୍ଥାନରେ ଆସିଥିବା ଅଭିଷେକ ରାଉତ ଶେଷ ପର୍ଯ୍ୟନ୍ତ ଦଳକୁ ଜିତାଇବାକୁ ସ˚ଘର୍ଷ ଜାରି ରଖିଥିଲେ। ଅନ୍ୟପଟରେ ଶୁଭ୍ରା˚ଶୁ ସେନାପତି ୨୪, ଦୀପକ ବେହେରା ୧୫, ସୂର୍ଯ୍ୟକାନ୍ତ ପ୍ରଧାନ ୧୪ ରନ୍‌ କରିଥିଲେ। ବ୍ୟାଟ ବଲ୍‌ର କଡ଼ା ମୁକାବିଲା ମଧ୍ୟରେ ଶେଷରେ ଓଡ଼ିଶା ନିର୍ଧାରିତ ଓଭର ସୁଦ୍ଧା ୮ ଵିକେଟ ବିନିମୟରେ ୨୭୬ ରନ୍‌ କରିପାରିଥିଲା।

ସ˚କ୍ଷିପ୍ତ ସ୍କୋର: ମଧ୍ୟପ୍ରଦେଶ-୪୯.୩ ଓଭରରେ ୨୭୭ (ୟଶ ଦୁବେ ୭୫, ଅଂଶୁଲ ତ୍ରିପାଠୀ ୫୨, ଦୀପକ ବେହେରା ୩/୩୮, ସୂର୍ଯ୍ୟକାନ୍ତ ପ୍ରଧାନ ୨/୫୧, ଗୋବିନ୍ଦ ପୋଦ୍ଦାର ୨/୪୭।) ଓଡ଼ିଶା-୫୦ ଓଭରରେ ୨୭୬/୮ (ଅନୁରାଗ ଷଡ଼ଙ୍ଗୀ ୭୮, ବିପ୍ଲବ ସାମନ୍ତରାୟ ୫୩, ଅଭିଷେକ ରାଉତ ୫୫*, ରମିଜ ଖାନ୍‌ ୪/୪୯, ପୁନୀତ ଦତ୍ତେ ୩/୬୫)।

ଅନୁରାଗଙ୍କ ୧ ହଜାର ରନ୍‌
ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଅନୁରାଗ ଷଡ଼ଙ୍ଗୀ ଲିଷ୍ଟ ଏ’ କ୍ରିକେଟରେ ୧,୦୦୦ ରନ୍‌ ପୂରଣ କରିଛନ୍ତି। ଶୁକ୍ରବାର ଅନୁରାଗ ୭୮ ରନ୍‌ ସ˚ଗ୍ରହ କରି ଏହି ସଫଳତା ପାଇଥିଲେ। ଅନୁରାଗ ୨୮ ଲିଷ୍ଟ ଏ’ ମ୍ୟାଚରୁ ୭ ଅର୍ଧଶତକ ଓ ୨ ଶତକ ସହାୟତାରେ ୧୦୧୪ ରନ୍‌ ସ˚ଗ୍ରହ କରିଛନ୍ତି। ୧୭ଟି ପ୍ରଥମ ଶ୍ରେଣୀ ମ୍ୟାଚରୁ ୭୯୯ ରନ୍‌ ଓ ୨୧ ଟ୍ବେଣ୍ଟି-୨୦ ମ୍ୟାଚରୁ ୩୯୭ ରନ୍‌ ସ˚ଗ୍ରହ କରିଛନ୍ତି।

ସମ୍ବନ୍ଧିତ ଖବର