ବିନୁ ମଙ୍କଡ଼ ଟ୍ରଫି: ଝାଡ଼ଖଣ୍ଡ ବିଜୟୀ ଘୋଷିତ

କଟକ: ଧାନବାଦ୍‌ଠାରେ ଚାଲିଥିବା ୧୯ ବର୍ଷରୁ କମ୍‌ ବିନୁମଙ୍କଡ଼ ଟ୍ରଫି ଦିନିକିଆ ପ୍ରତିଯୋଗିତାରେ ଓଡ଼ିଶା ଲଗାତର ତୃତୀୟ ମ୍ୟାଚ ଖେଳିବାରୁ ବଞ୍ଚିତ ହୋଇଛି। ହେଲେ ଶନିବାର ଖେଳାଯିବାକୁଥିବା ତୃତୀୟ ମ୍ୟାଚରେ ଓଡ଼ିଶା ଖେଳାଳିଙ୍କ ପ୍ରତିବାଦ ଯୋଗୁଁ ଦଳକୁ ମ୍ୟାଚ ରେଫରି ପରାଜିତ ଘୋଷଣା କରିଛନ୍ତି। ଓଡ଼ିଶା ଦଳର ପ୍ରବନ୍ଧକ ଅମରେଶ ଦାସଙ୍କଠୁ ମିିଳିଥିବା ସୂଚନା ଅନୁଯାୟୀ, ଗତ ୫ଦିନ ଧରି ଲଗାଣ ବର୍ଷା ହୋଇଥିବାରୁ ପଡ଼ିଆ ଖେଳିବା ପାଇଁ ଅନୁପଯୁକ୍ତ ଥିଲା। ବୋଲିଂ ରନ୍‌ଅପ୍‌ ଓ ଆଉଟ ଫିଲ୍ଡ ଅତ୍ୟନ୍ତ କାଦୁଆ ଥିଲା। ଆଙ୍ଗୁଠି ମାରିଲେ ବି ମାଟି ଦବି ଯାଉଥିଲା। ଏପରିସ୍ଥିତିରେ ଖେଳିବା ପାଇଁ ପଡ଼ିଆ ସଂପୂର୍ଣ୍ଣଭାବେ ଅନୁପଯୁକ୍ତ ଥିଲା। ଏ ସମ୍ପର୍କରେ ମ୍ୟାଚ ରେଫରିଙ୍କୁ ଅଭିଯୋଗ କରାଯିବା ପରେ ସେମାନେ ଖେଳିବାକୁ ବାଧ୍ୟ କରିଥିଲେ। କିନ୍ତୁ ଓଡ଼ିଶା ଖେଳାଳି ଖେଳିବାକୁ ମନାକରିବା ସହିତ ଲିଖିତ ଅଭିଯୋଗ କରିଥିଲେ। ମ୍ୟାଚରେ ଝାଡ଼ଖଣ୍ଡକୁ ବିଜୟୀ ଘୋଷଣା କରାଯିବା ବାବଦରେ ସଂଧ୍ୟା ପର୍ଯ୍ୟନ୍ତ ଓଡ଼ିଶାକୁ କୌଣସି ସୂଚନା ଦିଆଯାଇନଥିବା ଅଭିଯୋଗ କରାଯାଇଛି। ଯଦି ରେଫରି ମ୍ୟାଚ ଖେଳିବାକୁ ଅନୁମତି ଦେଉଛନ୍ତି, ତାହେଲେ ଓଡ଼ିଶା ମ୍ୟାଚ ଖେଳିବା ପରେ ପଡ଼ିଆ ବାବଦରେ ରିପୋର୍ଟ କରିପାରିଥାନ୍ତା ଏବଂ ତାହା ଉପରେ ବିସିସିଆଇ କାର୍ଯ୍ୟାନୁଷ୍ଠାନ ନେଇଥାନ୍ତା। କିନ୍ତୁ ପଡ଼ିଆକୁ ନଓହ୍ଲାଇବାକୁ ଓଡ଼ିଶାର ଜିଦ୍‌, ଦଳକୁ ମହଙ୍ଗା ପଡ଼ିଛି।

 

ସମ୍ବନ୍ଧିତ ଖବର