କୋଭିଡ୍‌-୧୯ ସହାୟତା ଲାଗି ବିରୁଷ୍କାଙ୍କ ନିବେଦନ

ନୂଆଦିଲ୍ଲୀ: କୋଭିଡ୍‌-୧୯ ମହାମାରୀ ନିୟନ୍ତ୍ରଣ ପାଇଁ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ସହାୟତା କରିବା ଲାଗି ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ବଲିଉଡ୍‌ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା (ବିରୁଷ୍କା)। ଭାରତୀୟଙ୍କୁ ସାମାଜିକ ଗଣମାଧ୍ୟମ ଜରିଆରେ ନିୟମିତ ଭାବେ ସଚେତନ କରାଉଥିବା କୋହଲି ନିଜେ କେତେ ଅର୍ଥ ପ୍ରଦାନ କରିବେ ବୋଲି ସ୍ପଷ୍ଟ କରିନଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି। ଏତେ ଲୋକ ପ୍ରଭାବିତ ହେବା ଆମକୁ ଭାଙ୍ଗି ଦେଇଛି, ଆମେ ନିଜ ଅବଦାନ ରଖିବାକୁ ଯାଉଛୁ ବୋଲି କୋହଲି କହିଛନ୍ତି। ଅଦ୍ୟାବଧି ସଚିନ ତେନ୍ଦୁଲକର ୫୦ ଲକ୍ଷ, ସୁରେଶ ରାଇନା ୫୨ ଲକ୍ଷ, ବିସିସିଆଇ ୫୧ କୋଟି ପ୍ରଦାନ କରି ସାରିଛନ୍ତି। ପିଭି ସିନ୍ଧୁ, ବଜରଙ୍ଗ ପୁନିଆ, ହୀମା ଦାସ ପ୍ରମୁଖ ସହାୟତାର ହାତ ବଢ଼ାଇ ସାରିଛନ୍ତି।

ସମ୍ବନ୍ଧିତ ଖବର