ଭୁଟାନରେ ବୁଲି ଜନ୍ମଦିନ ପାଳିଲେ ବିରାଟ, ନିଜ ଜୀବନ କାହାଣୀ ଲେଖିଲେ

ଥିମ୍ପୁ: ଭୁଟାନରେ ଘୁରିବୁଲୁଛନ୍ତି ସେଲିବ୍ରେଟି ଯୋଡି ବିରୁସ୍କା । କ୍ୟାପଟେନ କୋହଲୀ ଏଥରକ ନିଜ ଜନ୍ମଦିନ ଭୁଟାନରେ ପାଳୁଛନ୍ତି । ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କାଙ୍କ ସହ ବିରାଟ ଭୁଟାନରେ ଛୁଟି ଦିନ କାଟିବା ସହ ନିଜର ୩୧ତମ ଜନ୍ମଦିନ ପାଳିଛନ୍ତି । ପାହାଡିଆ ଇଲାକାର ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିବା ସହ ଟ୍ରେକିଂ କରୁଥିବା ସମୟରେ ଏମାନଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

କେବେ ପରିବା ମାର୍କେଟରେ ପହିଁଚିଛନ୍ତି ତ ପୁଣି କେବେ ଭୁଟାନର ସ୍ଥାନୀୟ ଲୋକଙ୍କ ଘରେ ଅତିଥି ହୋଇଛନ୍ତି ବିରୁସ୍କା । ଏହାର ଭିତରେ ଦିନେ ପ୍ରାୟ ୯ କିଲୋମିଟର ଟ୍ରେକିଂ କରିବା ପରେ ଏହି ଜଣେ ଗ୍ରାମବାସୀଙ୍କ ଘରେ ପହଁଚିଥିଲେ ବିରାଟ ଓ ଅନୁଷ୍କା । ଏଠାକାର କିଛି ସମୟର ରହଣୀ ସେମାନଙ୍କୁ ଅଭୁଲା ସ୍ମୃତି ଦେଇଥିବା ଟୁଇଟ କରି କହିଛନ୍ତି ଅନୁଷ୍କା । ଅନୁଷ୍କା ଏଠାରେ ଥିବା ଏକ ବାଛୁରୀକୁ ଖାଦ୍ୟ ଖୁଆଇବା ସହ ସ୍ଥାନୀୟ ଲୋକଙ୍କ ସହ ସମୟ କାଟିଛନ୍ତି | ସେହିପରି ନିଜ ଜୀବନର ଅନେକ ଅଭିଜ୍ଞତା ଓ ଅନୁଭୂତିକୁ ଆଜି ବିରାଟ ଟ୍ୱିଟରରେ ପୋଷ୍ଟ କରିଛନ୍ତି |

ସମ୍ବନ୍ଧିତ ଖବର