ଫ୍ୟାନ୍‌ଙ୍କୁ ସର୍‌ପ୍ରାଇଜ୍‌: ପରୋକ୍ଷରେ ପୁଣି ଅନୁଷ୍କାଙ୍କ ପ୍ରତି ପ୍ରେମ ଦେଖାଇଲେ ବିରାଟ!

ମୁମ୍ବାଇ: ଅଭିନେତ୍ରୀ ତଥା ପ୍ରେମିକା ଅନୁଷ୍କା ଶର୍ମାଙ୍କ ପ୍ରତି ଥିବା ଗଭୀର ପ୍ରେମକୁ ପୁଣି ଥରେ ଲୋକଙ୍କ ସମ୍ମୁଖରେ ପରୋକ୍ଷ ଭାବେ ବ୍ୟକ୍ତ କରିଛନ୍ତି ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି। କଥାଟି ହେଉଛି ପ୍ରସିଦ୍ଧ କ୍ରିକେଟର ବିରାଟ ଗତ ୧୧ ତାରିଖରେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଅନୁଷ୍କାଙ୍କ ସହ ତାଙ୍କର ଏକ ଯୁଗଳ ଫଟୋକୁ ପ୍ରୋଫାଇଲ୍‌ ଫଟୋ ଭାବେ ଲଗାଇଛନ୍ତି। ଫଟୋଟି ‘ରେଡ କାର୍ପେଟ’ ଇଭେଣ୍ଟ୍‌ରେ ଉଠାଯାଇଛି। ଉକ୍ତ ଇଭେଣ୍ଟରେ ବିରାଟ-ଅନୁଷ୍କା ଏକତ୍ର ନଜର ଆସିଥିଲେ। ପରସ୍ପର ଫଟୋଟିରେ ବେଶ୍‌ ଖୁସି ଥିବା ଦେଖିବାକୁ ମିଳୁଛି।

ଯାହା ବି ହେଉ, ଏହା ଏକ ଜଣାଶୁଣା କଥା ଯେ ଏହି ଦୁଇ ପ୍ରସିଦ୍ଧ ବ୍ୟକ୍ତିତ୍ୱ ଅନେକ ଦିନ ହେବ ପରସ୍ପର ସହ ସଂପର୍କରେ ରହିଛନ୍ତି। ସେମାନଙ୍କ ସଂପର୍କକୁ ନେଇ ନିକଟରେ ଗଣମାଧ୍ୟମରେ ବିଭିନ୍ନ ଖବର ପ୍ରକାଶ ପାଇଛି। ଏଠାରେ ଜଣାଇ ଦେଉଛୁ ଯେ କେବଳ ବିରାଟ ନୁହଁନ୍ତି, ବରଂ ବିରାଟଙ୍କ ମାଆ ଏବଂ ପରିବାର ଲୋକଙ୍କ ସହ ମଧ୍ୟ ଅନୁଷ୍କାଙ୍କର ଉତ୍ତମ ସଂପର୍କ ରହିଛି। ଯଦିଓ ଉଭୟଙ୍କ ଫ୍ୟାନ୍‌ ସେହି ଖୁସି ଦିନକୁ ଅପେକ୍ଷା କରି ରହିଛନ୍ତି କି କେବେ ସେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବେ ମାତ୍ର ସେ ଦୁହେଁ ଏ ସଂପର୍କରେ କୌଣସି ଘୋଷଣା କରିନାହାନ୍ତି। ସେମାନଙ୍କ ପ୍ରେମ ସଂପର୍କ ବିଷୟରେ ସମସ୍ତେ ପ୍ରାୟ ଅବଗତ ଥିଲେ ବି ଏ ଯାଏ ସେ ଦୁହିଁଙ୍କର ନିର୍ବନ୍ଧ ମଧ୍ୟ ହୋଇନାହିଁ।

ସମ୍ବନ୍ଧିତ ଖବର