ଫୋର୍ବସ୍ ୧୦୦ ଧନୀ ଖେଳାଳି ତାଲିକାରେ ବିରାଟ କୋହଲି, ବାର୍ଷିକ ରୋଜଗାର ୧.୪୫ ଶହ କୋଟି

ନୂଆଦିଲ୍ଲୀ:  ଫୋର୍ବସ୍ ପତ୍ରିକା ପକ୍ଷରୁ  ବିଶ୍ୱର ୧୦୦ ଧନୀ ଖେଳାଳିଙ୍କ  ତାଲିକା ପ୍ରକାଶ  ପାଇଛି । ଏହି ତାଲିକାରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ୍ କୋହଲିଙ୍କୁ ୨୦୧୯ରେ ବିଶ୍ୱରେ ଅଧିକ ରୋଜଗାର କରୁଥିବା ଖେଳାଳିଙ୍କ ମଧ୍ୟରେ ସ୍ଥାନ ମିଳିଛି । ୱାନଡେ ଏବଂ ଟେଷ୍ଟ୍ ମ୍ୟାଚରେ ନଂ ୧ ବ୍ୟାଟସମ୍ୟାନ୍  ବିରାଟଙ୍କୁ ଏହି ତାଲିକାରେ ୧୦୦ ନମ୍ବର ର‌୍ୟାଙ୍କ ମିଳିଛି । ଏହି ତାଲିକାରେ ସ୍ଥାନ ପାଇବାରେ ସେ ପ୍ରଥମ ଭାରତୀୟ ହେବା ସହିତ ଏକମାତ୍ର କ୍ରିକେଟର । ଏଥିରେ ତାଙ୍କ ଆୟ ବ୍ୟତୀତ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ମିଳୁଥିବା ଅର୍ଥ ମଧ୍ୟ ସାମିଲ ରହିଛି ।

(PTI Photo/Shashank Parade)

ଫୋର୍ବସ୍ ତାଲିକା ଅନୁସାରେ , କୋହଲିଙ୍କୁ ଗୋଟିଏ ବିଜ୍ଞାପନରେ ୨.୧ କୋଟି ଡଲାର ଅର୍ଥାତ୍ ଦେଢଶହ କୋଟି ମିଳୁଥିବା ବେଳେ ବେତନ ଏବଂ ବିଜୟରୁ ମୋଟ ୨୮ କୋଟି ଟଙ୍କା (୪୦ ଲକ୍ଷ ଡଲାର) ରୋଜଗାର କରିଥାନ୍ତି । ଗତ ୧୨ ମାସରେ ତାଙ୍କର ମୋଟ ରୋଜଗାର ୧.୪୫ ଶହ କୋଟି ଟଙ୍କା ହୋଇଛି । ଗତବର୍ଷ କୋହଲି ଏହି ସୂଚୀରେ ୮୩ ସ୍ଥାନରେ ଥିଲେ । କିନ୍ତୁ ଚଳିତ ବର୍ଷ ସେ ୧୦୦ ତମ ସ୍ଥାନରେ ରହିଛନ୍ତି । ବିଜ୍ଞାପନରେ ତାଙ୍କର ରୋଜଗାର ୧୦ ଲକ୍ଷ ଡଲାର ଅଧିକ ହୋଇଛି । ଫୋର୍ବସ୍ ରେ ୧ ନମ୍ବରରେ ରହିଛନ୍ତି ବାର୍ସିଲୋନା ଏବଂ ଆର୍ଜେଣ୍ଟିନାର ଫୁଟବଲ୍ ଷ୍ଟାର୍ ଲିୟୋନଲ୍ ମେସି । ଦ୍ୱିତୀୟ ସ୍ଥାନରେ ଅଛନ୍ତି ୟୁବେଣ୍ଟସ୍ ଷ୍ଟାର ଷ୍ଟ୍ରାଇକର୍ କ୍ରିଷ୍ଟିୟାନୋ ରୋନାଲ୍ଡୋ ।

ସମ୍ବନ୍ଧିତ ଖବର