ବିରାଟ-ଅନୁଷ୍କାଙ୍କୁ ବୁଲୁଥିବା ଦେଖି ଟ୍ରୋଲ କଲେ ପ୍ରଶଂସକ; ଆମର ହୃଦଘାତ ହେବା ଭଳି ପରିସ୍ଥିତି ହୋଇଛି, ଏମାନେ ବୁଲୁଛନ୍ତି

ନୂଆଦିଲ୍ଲୀ : ଆଇସିସି ବିଶ୍ୱକପର ସେମିଫାଇନାଲରେ ଭାରତୀୟ କ୍ରିକେଟ ଟିମ୍‌ ହାରିବା ପ୍ରଶଂସକଙ୍କୁ ଏହା ଶକ୍ତଧକ୍କା ଦେଇଥିଲା । କିଛି ଲୋକ ହାରିବା ପରେ ମଧ୍ୟ ଭାରତୀୟ ଟିମ୍‌କୁ ସମର୍ଥନ କରୁଥିବା ବେଳେ କିଛି ବିରୋଧ କରୁଥିବା ଦେଖାଯାଇଥିଲା । ଏ ମଧ୍ୟରେ ରୋହିତ ଶର୍ମା ନିଜର ପତ୍ନୀଙ୍କ ସହ ମୁମ୍ବାଇ ଫେରି ଆସିଥିବା ବେଳେ ବିରାଟ ପତ୍ନୀ ଅନୁଷ୍କାଙ୍କ ସହ ଲଣ୍ଡନରେ ଥିବା ଜଣା ପଡ଼ିଛି । କ୍ରିକେଟରୁ ସମୟ ମିଳିବା ପରେ ଦୁହେଁ ସାଥୀରେ ସମୟ ବିତାଉଥିବା ବେଳେ ଏହା କ୍ରିକେଟ ପ୍ରେମୀଙ୍କୁ ବିଶେଷ ପସନ୍ଦ ଆସୁ ନଥିବା ଦେଖାଯାଇଛି । ଦୁହିଁଙ୍କ ବୁଲୁଥିବାର ଫଟୋ ଭାଇରାଲ ହେବା ପରେ ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି ।

Instant Pakistan News

କିଛି କ୍ରିକେଟ ପ୍ରେମୀ ଭାରତୀୟ ଟିମ୍‌ର ଅସଫଳତା ପାଇଁ ଅନୁଷ୍କାକୁ ଦାୟୀ କରୁଥିବା ବେଳେ କିଛି ବିରାଟଙ୍କୁ କ୍ୟାପ୍‌ଟେନ ପଦରୁ ଇସ୍ତଫା ଦେଇଦେବା ଦରକାର ବୋଲି କହିବା ଆରମ୍ଭ କରିଛନ୍ତି । କିଛି, ଆମର ଏଠାରେ ହୃଦ୍‌ଘାତ ହେବା ଭଳି ପରିସ୍ଥିତି ହେଲାଣି, ଲୋକେ ପିଜ୍ଜା ବର୍ଗର ଖାଇ ବୁଲୁଥିବା କହିଛନ୍ତି ।

ସମ୍ବନ୍ଧିତ ଖବର