ପାକିସ୍ତାନରେ ହନିମୁନ୍‌ ମନାଉଛନ୍ତି ବିରୁଷ୍କା!

ମୁମ୍ବାଇ: ବିରୁଷ୍କା ଫ୍ୟାନ୍‌ଙ୍କ ଆନନ୍ଦର କୌଣସି ସୀମା ନାହିଁ, ଯେବେଠାରୁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବିରାଟ-ଅନୁଷ୍କା। ସେ ଦୁହିଁଙ୍କୁ ନେଇ କିଛି ଦିନ ହେବ ଅନେକ ମିଠା ମିଠା ମିଥ୍ୟା ପ୍ରକାଶ ପାଇବା ପରେ ଏବେ ସୋସିଆଲ୍‌ ମିଡିଆରେ ଏକ ବିବାଦୀୟ ଗୁଜବ ଚର୍ଚ୍ଚା ପାଲଟିଛି। ବିରୁଷ୍କାଙ୍କ ବିବାହ ପରେ ଯାଇ ସେମାନଙ୍କ ନିର୍ବନ୍ଧ ଫଟୋ ଭାଇରାଲ୍‌ ହୋଇଥିଲା। ଟୁଇଟର୍‌ରେ ବିରାଟ ଆନୁଷ୍ଠାନିକ ଘୋଷଣା କରି ବିବାହର ପ୍ରାୟ ୧୨ ଘଣ୍ଟା ପରେ ମାତ୍ର ଗୋଟାଏ ଫଟୋ ଅପ୍‌ଲୋଡ୍‌ କରିଥିଲେ। ବୋଧହୁଏ ବିରାଟ ଓ ଅନୁଷ୍କା ସେ ଦୁହଁଙ୍କର ବିଶେଷ ଫଟୋ ଛାଡୁନଥିବା କଥା ଫ୍ୟାନ୍‌ଙ୍କୁ ଟିକେ ଦୁଃଖୀ କରୁଛି। ଫଳରେ ବିରୁଷ୍କାଙ୍କର ଏକ ନିର୍ଦ୍ଦିଷ୍ଟ ଫଟୋ ସୋସିଆଲ୍‌ ମିଡିଆରୁ ସଂଗ୍ରହ କରି ଫଟୋସପ୍‌ରେ ମନ ଇଚ୍ଛା ଏଡିଟିଂ କରି ଫ୍ୟାନ୍‌ମାନେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ କରାଉଥିବା ଦେଖିବାକୁ ମିଳିଛି।

 

ନିକଟରେ ଅନୁଷ୍କା ଶର୍ମା ବିରାଟଙ୍କ ସହ ଏକ ବରଫାଚ୍ଛନ ଅଞ୍ଚଳରେ ସେଲ୍‌ଫି ନେଇ ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ୍‌ରେ ଅପ୍‌ଲୋଡ୍‌ କରି ସ୍ୱର୍ଗରେ ଅଛନ୍ତି ବୋଲି ପୋଷ୍ଟ କରିଥିଲେ। ବିରୁଷ୍କାଙ୍କ ସେହି ଫଟୋଟି ଚାରିଆଡ଼େ ବ୍ୟାପି ଯାଇଥିଲା। ତାପରେ ସେହି ଫଟୋକୁ ଫେସ୍‌ବୁକ୍‌ରେ ଫ୍ୟାନ୍‌ମାନେ ବିରାଟଙ୍କ ସ୍ଥାନରେ ନିଜ ମୁହଁ ରଖି ଫଟୋ ସବୁ ଅପ୍‌ଲୋଡ୍‌ କରିବାର ଦେଖିବାକୁ ମିଳିଲା। ଏବେ କିନ୍ତୁ ଦେଖିବାକୁ ମିଳିଛି ଆହୁରି ମଜାଦାରିଆ ଘଟଣା। ତେବେ, ବିରାଟ ଅନୁଷ୍କାଙ୍କ ଉକ୍ତ ଯୁଗଳ ଫଟୋକୁ କେହି ଜଣେ ପାକିସ୍ତାନର ବ୍ୟାକ୍‌ଗ୍ରାଉଣ୍ଡ୍‌ ଦେଇ ଫଟୋସପ୍‌ରେ ଏଡିଟ୍‌ କରି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ କରିଦେଇଛି। ଅବଶ୍ୟ ଫଟୋଟି ଦେଖିବା ପରେ ସମସ୍ତେ ବୁଝିପାରୁଛନ୍ତି ଯେ ବିରୁଷ୍କା ରୋମ୍‌ରେ ଉଠାଇଥିବା ଫଟୋକୁ ଏଡିଟ୍‌ କରାଯାଇ ଏପରି କରାଯାଇଛି। ମାତ୍ର ଆଶ୍ଚର୍ଯ୍ୟର କଥା ହେଉଛି କେହି ଭାରତୀୟ ନୁହଁନ୍ତି କୌଣସି ପାକିସ୍ତାନ ଫ୍ୟାନ୍‌ ଏପରି କରିଛନ୍ତି।

ସମ୍ବନ୍ଧିତ ଖବର