କରୋନା ଭୂତାଣୁ ମହାମାରୀରୁ ରକ୍ଷା ପାଇବା ପାଇଁ ବୀରୁଷ୍କାଙ୍କ ବାର୍ତା : ଏବେ ପରୀକ୍ଷାର ସମୟ; ଏକଜୁଟ ହୁଅ

କ୍ରି‌କେଟ୍‌ ଭାଷାରେ କୈଫ୍‌ଙ୍କ କରୋନା ବାର୍ତା, ଆଫ୍ରିଦିଙ୍କ ମାନବିକତାକୁ ହରଭଜନଙ୍କ ପ୍ରଶ˚ସା

ନୂଆଦିଲ୍ଲୀ : ଚର୍ଚ୍ଚିତ ସେଲିବ୍ରିଟି ଦମ୍ପତ୍ତି ବିରାଟ କୋହଲି ଓ ଅନୁଷ୍କା ଶର୍ମା କରୋନା ଭୂତାଣୁ ମହାମାରୀରୁ ରକ୍ଷା ପାଇବା ପାଇଁ ଦେଶବାସୀଙ୍କୁ ବାର୍ତା ଦେଇଛନ୍ତି। ୨୧ ଦିନ ଧରି ଦେଶକୁ ଲକ୍‌ଡାଉନ୍‌ (ଗୃହାବଦ୍ଧ) ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଆହ୍ବନ ଏବେ ଆମ ସମସ୍ତଙ୍କ ପାଇଁ ପରୀକ୍ଷାର ବେଳ ହୋଇଛି। କରୋନାକୁ ପରାସ୍ତ କରିବାକୁ ହେଲେ ସମସ୍ତଙ୍କୁ ଏକଜୁଟ ହେବାକୁ ବୀରୁଷ୍କା ନାମରେ ପରିଚିତ ଏହି କ୍ରିକେଟର୍‌ ଓ ଅଭିନେତ୍ରୀ ଦମ୍ପତ୍ତି ଭାରତବାସୀଙ୍କୁ ବାର୍ତା ଛାଡ଼ିଛନ୍ତି। ଏଭଳି ସଂକଟଜନକ ସ୍ଥିତିରେ ଏକାଠି ହୋଇ ପରିସ୍ଥିତିର ସାମ୍‌ନା କରିବା ଉଚିତ ବୋଲି ଟ୍ବିଟରରେ ଏକ ୫୧ ସେକେଣ୍ଡ ସମୟର ଭିଡିଓରେ କ୍ୟାପ୍‌ସନ୍‌ ଲେଖି ବୀରୁଷ୍କା ଅନୁରୋଧ କରିଛନ୍ତି। ଆମେ ଗୃହାବଦ୍ଧ ରହିବା ସାଙ୍ଗକୁ ସାମାଜିକ ଦୂରତା ବଜାୟ ରଖିବା ଜରୁରି ବୋଲି ବୀରୁଷ୍କା ଆହ୍ବାନ ଦେଇଛନ୍ତି।

କ୍ରି‌କେଟ୍‌ ଭାଷାରେ କୈଫ୍‌ଙ୍କ କରୋନା ବାର୍ତା
ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟର୍‌ ମହମ୍ମଦ କୈଫ୍ କରୋନା ଭୂତାଣୁକୁ କିପରି ପରାସ୍ତ କରାଯାଇପାରିବ ସେ ନେଇ କ୍ରିକେଟ୍‌ ଭାଷାରେ ବାର୍ତା ଛାଡ଼ିଛନ୍ତି। କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୧ ଦିନିଆ ଗୃହାବଦ୍ଧ ଆହ୍ବାନକୁ ଗ୍ରହଣ କରିବାକୁ ସେ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତିକୁ ପୂର୍ଣ୍ଣ ସମର୍ଥନ ଦିଅନ୍ତୁ ବୋଲି କୈଫ୍ ଟ୍ବିଟ୍‌ କରିଛନ୍ତି। ‘‘କରୋନା ଭୂତାଣୁ ବଡ଼ ସ୍କୋର୍‌ କରିବା ପୂର୍ବରୁ ତାକୁ ରୋକନ୍ତୁ, ନିଜେ ନିଜର ନେତୃତ୍ବ ନିଅନ୍ତୁ, ସନ୍ଦେସକୁ ସବୁଆଡ଼େ ବ୍ୟାପକ କରନ୍ତୁ’’। ଏଥି ସହିତ ସାମାଜିକ ଦୂରତା ବଜାୟ ରଖିବା ଦିଗରେ ଯତ୍ନବାନ ହୁଅନ୍ତୁ ଏବଂ ଆମ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକୁ ମନେ ରଖନ୍ତୁ ବୋଲି କୈଫ୍ କହିଛନ୍ତି। ଏଭଳି କ୍ରିକେଟ୍‌ ପଡ଼ିଆର ଭାଷାକୁ ବ୍ୟବହାର କରି କୈଫ୍‌ ଦେଶରେ ସାଂପ୍ରତିକ ପରିସ୍ଥିତିକୁ ପ୍ରତିହତ କରିବା ପାଇଁ ବର୍ଣ୍ଣନା କରିଛନ୍ତି।

ତାଙ୍କ ମତରେ, ସାମାଜିକ ଦୂରତ୍ବ ଅଭ୍ୟାସ କରିବା ଏବ˚ ଗୃହାବଦ୍ଧ ରହିବା ଦ୍ବାରା କରୋନା ସ˚କ୍ରମଣକୁ ରୋକାଯାଇପାରିବ। ଏଥିସହିତ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଦେଶବ୍ୟାପୀ ଲଗାଯାଇଥିବା ୨୧ ଦିନିଆ ତାଲାବନ୍ଦ କଟକଣାକୁ ମଧ୍ୟ ସେ ସ୍ବାଗତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରଠୁ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି, ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ମଧ୍ୟ ସରକାରଙ୍କ କଟକଣାକୁ ମାନିବା ସହ ସାମାଜିକ ଦୂରତ୍ବ ଉପରେ ଅଧିକ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି।

ଆଫ୍ରିଦିଙ୍କ ମାନବିକତାକୁ ହରଭଜନଙ୍କ ପ୍ରଶ˚ସା

ନୂଆଦିଲ୍ଲୀ : କରୋନା ମହାମାରୀ ବେଳେ ପାକିସ୍ତାନୀ କ୍ରିକେଟର ସାହିଦ ଆଫ୍ରଦି ଦେଶର ଜନସାଧାରଣଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ବଣ୍ଟନ କରୁଥିବାରୁ ଏହାକୁ ଭାରତୀୟ କ୍ରିକେଟର ହରଭଜନ ସି˚ହ ଟ୍ବିଟରରେ ପ୍ରଶ˚ସା କରିଛନ୍ତି। ଭାରତରେ ୨୧ ଦିନିଆ ତାଲାବନ୍ଦ ଘୋଷଣା ହୋଇସାରିଥିଲା ବେଳେ ପାକିସ୍ତାନ ଏଭଳି ପଦକ୍ଷେପ ନେବାରେ ବିଳମ୍ବ କରୁଛି। ଯାହାଫଳରେ ସ˚କ୍ରମିତଙ୍କ ସ˚ଖ୍ୟା ବଢିବାରେ ଲାଗିଛି। ଏହି ସମୟରେ ଆଫ୍ରିଦିଙ୍କ ଏଭଳି ମାନବିକତାକୁ ହରଭଜନ ପ୍ରଶ˚ସା କରିବା ସହ ଭଗବାନ ସମସ୍ତଙ୍କ ମଙ୍ଗଳ କରନ୍ତୁ ଓ ଶକ୍ତି ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି। ଏହାର ଜବାବରେ ଆଫ୍ରିଦି ମଧ୍ୟ ହରଭଜନଙ୍କୁ ଧନ୍ୟବାଦ ଜଣାଇବା ସହ ମାନବିକତା ସବୁଠୁ ଉର୍ଦ୍ଧ୍ବରେ ରହିଛି। ସମଗ୍ର ବିଶ୍ବ ଏବେ ଏକାଠି ହେବାର ସମୟ ଆସିଛି। କୋଭିଡ-୧୯ ବିରୋଧରେ ଲଢେଇ କରିବା ପାଇଁ ଗରିବ ଲୋକମାନଙ୍କୁ ସହାୟତା ଯୋଗାଇ ଦେବାକୁ ସମସ୍ତେ ମିଳିତ ଭାବେ ଆଗେଇ ଆସିବା ଆମର କର୍ତ୍ତବ୍ୟ ବୋଲି ଆଫ୍ରିଦି ତାଙ୍କ ଜବାବରେ କହିଛନ୍ତି।

ସମ୍ବନ୍ଧିତ ଖବର